ରିପୋର୍ଟ କାର୍ଡ / ରାଉରକେଲା
ଆଗାମୀ ହକି ବିଶ୍ବକପକୁ ଦୃଷ୍ଟିରେ ରଖି ରାଉରକେଲାରୁ ବିମାନ ଉଡ଼ାଣ ପାଇଁ ନିଆଯାଇଥିବା ପଦକ୍ଷେପକୁ ତ୍ବରାନ୍ବିତ କରାଯାଇଛି। ସଂପ୍ରସାରଣ କାର୍ଯ୍ୟ ଅନ୍ତର୍ଗତ ବିଭିନ୍ନ ଅଂଶ ଯଥା- ଟର୍ମିନାଲ ବିଲ୍ଡିଂ, ରନ୍ୱେ, ପାଚେରୀ, ପାର୍କିଂ, ଆପ୍ରନ ଆଦିର ନିର୍ମାଣ କାର୍ଯ୍ୟ ପ୍ରାୟ ୭୦ ପ୍ରତିଶତ ସରିଲାଣି। ଏଥିମଧ୍ୟରୁ ଦୁଇ ଟ୍ୟାକ୍ସି ୱେ, ରନ୍ୱେ ସଂପ୍ରସାରଣ କାର୍ଯ୍ୟ ଶେଷ ହୋଇଛି। ଏୟାରପୋର୍ଟ ପରିସରରେ ଥିବା ଆଇଓସିଏଲ ରିଫୁଏଲିଂ ଷ୍ଟେସନକୁ ସ୍ଥାନାନ୍ତର କରି ସେଠାରେ ପାଇଲଟମାନଙ୍କ ପାଇଁ ବିଶ୍ରାମଗୃହ ନିର୍ମାଣ କରାଯିବ। ଏତଦ୍ବ୍ୟତୀତ ବିମାନବନ୍ଦରର ବିଦ୍ୟୁତ ବ୍ୟବସ୍ଥା, ପାଣି, ଡ୍ରେନଜ୍ ବ୍ୟବସ୍ଥା ମଧ୍ୟ ଖୁବଶୀଘ୍ର ସମ୍ପନ୍ନ ହେବ। ମୋଟାମୋଟି ଭାବେ ନଭେମ୍ବର ଶେଷ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବ। ବିଧିବଦ୍ଧଭାବେ ଘୋଷଣା ହୋଇ ନଥିଲେ ହେଁ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ସୂଚନା ଅନୁସାରେ, ଡିସେମ୍ବର ୧୫ ତାରିଖ ଭିତରେ ରାଉରକେଲାରୁ ବିମାନ ଉଡ଼ିବାର ସମ୍ଭାବନା ଶତପ୍ରତିଶତ ବୋଲି ଜଣାପଡିଛି ।






More Stories
କୁଆପଥର ବର୍ଷା ସହ ଝଡ଼ପବନ…..
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..