Report Card Odisha

| Daily Odia News

ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଯୁକ୍ତ ଦୁଇ ପରୀକ୍ଷା ଲାଗି ତାରିଖ ଘୋଷିତ ହୋଇଛି। ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ ବୋଲି ସୂଚନା ଦେଇଛନ୍ତି ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା। ତାଙ୍କର ସୂଚନା ମୁତାବକ, ଆସନ୍ତା ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ। ଏହାପରେ ଜାନୁଆରୀ ୨ ରୁ ୧୨ତାରିଖ ଭିତରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ଅନ୍ୟପଟେ ଫେବ୍ରୁଆରି ୧୫ ରୁ ମାର୍ଚ୍ଚ ୨୦ ତାରିଖ ଭିତରେ ମେନ ପରୀକ୍ଷା ହେବ। ପରୀକ୍ଷା ସରିବାର ୪୫ ଦିନ ଭିତରେ ସମସ୍ତ ଷ୍ଟ୍ରିମର ଫଳାଫଳ ବାହାରିବ। ତେବେ ବର୍ତ୍ତମାନ ଫର୍ମ ଫିଲ ଅପ ଚାଲିଛି, ତେଣୁ ଯେଉଁମାନେ ଫର୍ମ ଫିଲଅପ୍ କରିନାହାନ୍ତି, ସେମାନେ ଫାଇନ ଡେଟରେ କରିବେ । ୭୫% ଉପସ୍ଥାନ ନଥିଲେ, ମିଳିବନି ଆଡମିଟ କାର୍ଡ ବୋଲି ବି ସେ କହିଛନ୍ତି। କିଛି କଲେଜରେ ଯେଉଁଠି ପିଲାମାନଙ୍କ ଉପସ୍ଥାନ କମ୍ ଥିବ, ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରନ୍ତୁ ବୋଲି ସେ କହିଛନ୍ତି।

Breaking News