ରିପୋର୍ଟ କାର୍ଡ / ଭୁବନେଶ୍ବର
୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ ୩ ବା ସ୍ନାତକରେ ଲକ୍ଷାଧିକ ଆସନ ଖାଲିପଡ଼ିବା ପରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। ସାମ୍ସ ୱେବ୍ସାଇଟ୍ରେ ୪ ତାରିଖ ମଧ୍ୟାହ୍ନ ୧୨ଟାରୁ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆସନ୍ତା ୪ ତାରିଖରୁ ଆବେଦନ ଆରମ୍ଭ ହୋଇ ୧୩ରେ ସରିବ। ୨୨ ତାରିଖ ମଧ୍ୟାହ୍ନରେ ପ୍ରୋଭିଜିନାଲ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ୨୩ ତାରିଖ ସକାଳ ୯ଟାରୁ ୨୬ତାରିଖ ସନ୍ଧ୍ୟା ୫ଟା ଭିତରେ (ଛୁଟିଦିନ ବ୍ୟତୀତ) ନାମ ଲେଖାଇବେ। ବଳକା ଥିବା ସିଟ୍ରେ ନାମଲେଖା ପାଇଁ ଅକ୍ଟୋବର ୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ୬ ତାରିଖ ଦିନ ନାମ ଲେଖାଇବେ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..