Report Card Odisha

| Daily Odia News

ଘୁଞ୍ଚିଲା ଯୁକ୍ତ ୩ ନାମଲେଖା ଅବଧି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ବନ୍ୟା ବିଭୀଷିକା ରଚିଛି । ଗାଁଗଣ୍ଡାରୁ ପାଣି ମୁଥିଲେ ବି ଦୁର୍ଦ୍ଦଶାର ଯାଇନି। ଏପରି ସ୍ଥିତିକୁ ଦେଖି ଯୁକ୍ତ ୩ ନାମଲେଖା ଅବଧିକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁଯାୟୀ ଅନଲାଇନ୍ CAF ଆବେଦନର ଶେଷ ତାରିଖକୁ ଅଗଷ୍ଟ ୨୫ ପରିବର୍ତ୍ତେ ସେପ୍ଟେମ୍ବର ୧କୁ ଘୁଞ୍ଚାଇ ଦିଆଯାଇଛି। ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧ରୁ ୫ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୬ରୁ ୧୯ ତାରିଖ ଯାଏଁ ଚାଲିବ । ସ୍ପଟ ସିଲେକ୍ସନ୍ ତାରିଖ ସେପ୍ଟେମ୍ବର ୧୯ ପରିବର୍ତ୍ତେ ୨୧ରୁ ଆରମ୍ଭ ହେବ। ଉଲ୍ଲେଖ ଯୋଗ୍ୟ- ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ନାମଲେଖା ଅବଧିକୁ ଅଗଷ୍ଟ ୩୦ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଅଗଷ୍ଟ ୨୫ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ଧାର୍ଯ୍ୟ ହୋଇଥିଲା। ହେଲେ ବନ୍ୟା ଯୋଗୁ ଏହାକୁ ଆଉ ୫ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

Breaking News