ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଅପରାହ୍ନରେ ପ୍ରକାଶ ପାଇଛି ଯୁକ୍ତ ୨ କଳା ପରୀକ୍ଷା ଫଳାଫଳ। ଚଳିତ ବର୍ଷ କଳାରେ ପାସ୍ ହାର ୮୨.୧୦ % ପ୍ରତିଶତ ରହିଛି । ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ଫଳାଫଳ ବାହାରିସାରିଛି | ଯୁକ୍ତ ୩ ଆଡମିଶନ ନେଇ ବିଜ୍ଞପ୍ତି ପାଇଁ ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ- ଅଗଷ୍ଟ ୧୧ ରୁ ୨୩ ଯାଏଁ ନାମଲେଖା ଆବେଦନ କରାଯିବ । ଅଗଷ୍ଟ ୩୧ ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ଏବଂ ସେପ୍ଟେମ୍ବର ୨ ରୁ ୫ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ସେହିପରି ସେପ୍ଟେମ୍ବର ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ସେପ୍ଟେମ୍ବର ୧୨ ରୁ ୧୪ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଶେଷରେ ୧୬ ତାରିଖରେ ଖାଲିଥିବା ସିଟ୍ ତାଲିକା ପ୍ରକାଶିତ ହେବ ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..