ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାଧାରଣତନ୍ତ୍ର ଦିବସରେ ଆବାସ ହିତାଧିକାରୀଙ୍କୁ ଦିଲ୍ଲୀ ଯିବାକୁ ନିମନ୍ତ୍ରଣ ହୋଇଛି | ପରେଡ୍ ଉତ୍ସବରେ ସେମାନେ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେବେ। ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ଚିଠି ଲେଖା ଯାଇଛି | ବିଜେଡିର ବିଧାୟିକା ସୀମାରାଣୀ ନାୟକ ଅଭିଯୋଗ କରିଛନ୍ତ ଯେ, ଆବାସ ପୋର୍ଟାଲ ବନ୍ଦ କରି ହିତାଧିକାରୀଙ୍କୁ ହଇରାଣ କରାଯାଇଛି। ରାଜ୍ୟ ସରକାର କେନ୍ଦ୍ରକୁ ବାରମ୍ବାର ପୋର୍ଟାଲ ଖୋଲିବାକୁ ଜଣାଇଥିଲେ ବି ଖୋଲାଯାଇ ନଥିଲା। ଆଉ ଏବେ ଆବାସ ହିତାଧିକାରୀଙ୍କୁ ଦିଲ୍ଲୀ ବୁଲାଇ ନେବା ହାସ୍ୟାସ୍ପଦ କଥା। ଏହାକୁନେଇ ରାଜ୍ୟ ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହାର ତଦାରଖ କରିବା ଓ ସେମାନଙ୍କ ସହ ଆଲୋଚନା କରି କେତେ ଲାଭବାନ ହେଉଛି ତାହା ଜାଣିବା ପାଇଁ ଭାରତ ସରକାରଙ୍କପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି। ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁଯେମିତି ହଡପ କରୁଛନ୍ତି, ପ୍ରଧାନମନ୍ତ୍ରୀ ଆବାସକୁ ବିଜୁ ପକ୍କା ଘର କହିଛନ୍ତି ସେଥିପାଇଁ ରାଜ୍ୟ ସରକାର ଚାହୁଁନାହାନ୍ତି ଗରିବ ହିତାଧିକାରୀମାନେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ନକରନ୍ତୁ।





More Stories
କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର…..
ରାତି୧୦ଟାରେ ଉଠିବ ମହାଦୀପ…..
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..