ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ ଭୁବନେଶ୍ୱର
ଓସ୍କାର ଆୱାର୍ଡ ୨୦୨୩ ରେ ଇତିହାସ ରଚିଛି ଭାରତ। ଫିଲ୍ମ ଆର୍ଆର୍ଆର୍ର ଗୀତ ‘ନାଟୁ ନାଟୁ’କୁ ମିଳିଛି ବେଷ୍ଟ ଅରିଜିନାଲ ସଙ୍ଗର ଆୱାର୍ଡ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟ୍ୱିଟ୍ କରି କହିଛନ୍ତି, ‘ନାଟୁ ନାଟୁ’ର ଜନପ୍ରିୟତା ବିଶ୍ୱବିଦିତ। ଏ ଗୀତଟି କାଳକାଳକୁ ସ୍ମରଣୀୟ ହୋଇ ରହିବ। ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇଁ ଏମ୍. ଏମ୍. କୀରୱାଣି, ଗୀତିକାର ବୋଷ ଏବଂ ସମଗ୍ର ଟିମ୍କୁ ଅଭିନନ୍ଦନ। ଭାରତ ହର୍ଷୋତ୍ଫୁଲ୍ଲିତ ଓ ଗୌରବାନ୍ୱିତ।’ ସେହିପରି ‘ବେଷ୍ଟ୍ ଡକ୍ୟୁମେଣ୍ଟାରି ଶର୍ଟ’ ଫିଲ୍ମ କ୍ୟାଟେଗୋରୀରେ ଓସ୍କାର୍ ବିଜୟୀ ହୋଇଥିବା ‘ଦି ଏଲିଫ୍ୟାଣ୍ଟ୍ ୱିସ୍ପର୍ସ’ ଟିମ୍କୁ ଅଭିନନ୍ଦନ ଜଣାଇ ଆଉ ଏକ ଟୁଇଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ ଲେଖିଛନ୍ତି, ‘ଏ ସମ୍ମାନ ପାଇଁ ‘ଦି ଏଲିଫ୍ୟାଣ୍ଟ୍ ୱିସ୍ପର୍ସ’ର ସମଗ୍ର ଟିମ୍କୁ ଅଭିନନ୍ଦନ। ସେମାନଙ୍କର କାର୍ୟ୍ୟ ଶତତ ବିକାଶ ଓ ପ୍ରକୃତି ସଙ୍ଗେ ସହାବସ୍ଥାନ ଉପରେ ଆଶ୍ଚର୍ୟ୍ୟଜନକ ଭାବେ ଗୁରୁତ୍ୱାରୋପ କରୁଛି।’ ସେହିପରି ୯୫ ତମ ଓସ୍କାର ପୁରସ୍କାରରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ‘ ଦ ଏଲିଫ୍ୟାଣ୍ଟ ହ୍ବିସ୍ପର୍ସ’ ସମ୍ମାନଜନକ ଓସ୍କାର ପୁରସ୍କାର ଜିତିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ‘ ଦ ଏଲିଫ୍ୟାଣ୍ଟ ହ୍ବିସ୍ପର୍ସର କ୍ରୁ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..