ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଉ ନାହାଁନ୍ତି ପ୍ରଖ୍ୟାତ ସୁଟର ଯଶପାଲ ରାଣା। ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ୪୯ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ସେ ପୂର୍ବତନ ଏସୀୟ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ଏବଂ ଦୁଇଥର ଅଲିମ୍ପିକ୍ ପଦକ ବିଜେତା ଷ୍ଟାର ସୁଟର ମନୁ ଭାକରଙ୍କ ପ୍ରଶିକ୍ଷକ ଥିଲେ।ମିଳିଥିବା ସୂଚନାନୁଯାୟୀ, ସେ ଜର୍ମାନୀରୁ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡିଥିଲା ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହୃଦରୋଗର ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଶପାଲ ରାଣାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦୀ ଟ୍ୱିଟରରେ ଲେଖିଛନ୍ତି, “ଯଶପାଲ ରାଣାଜୀଙ୍କ ବିୟୋଗରେ ଗଭୀର ଦୁଃଖିତ। ତାଙ୍କ ବିୟୋଗ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ବିରାଟ କ୍ଷତି। ସେ ବନ୍ଧୁକ ଚାଳନାରେ ତାଙ୍କର ଅସାଧାରଣ ସଫଳତା ସହିତ ଦେଶ ପାଇଁ ଗୌରବ ଆଣିଥିଲେ। ଜଣେ ମାର୍ଗଦର୍ଶକ ଭାବରେ ତାଙ୍କର ଅବଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଯୁବ ଖେଳାଳିମାନଙ୍କୁ କଠିନ ପରିଶ୍ରମର ସହିତ ପାଳନ ଏବଂ ମାର୍ଗଦର୍ଶନ କରିଥିଲେ। ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ, ଶୃଙ୍ଖଳା ଏବଂ କ୍ରୀଡ଼ା ସେବା ପ୍ରତି ଅଟଳ ସମର୍ପଣ ତାଙ୍କୁ ଅପାର ସମ୍ମାନ ଦେଇଥିଲା। ଏହି ଦୁଃଖର ମୁହୂର୍ତ୍ତରେ ତାଙ୍କ ପରିବାର, ବନ୍ଧୁ ଏବଂ ସମଗ୍ର କ୍ରୀଡ଼ା ଭାଇଚାରା ପ୍ରତି ମୋର ସମବେଦନା।






More Stories
ଖାଲି ଗୃହିଣୀ ନୁହେଁ ସେମାନେ ରାଷ୍ଟ୍ର ନିର୍ମାତା…..
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..