ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ସିକର ଠାରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନା ଅନ୍ତର୍ଗତ ୧୪ତମ କିସ୍ତି ପ୍ରଦାନ କରିଛନ୍ତି। ଦେଶର ୮ କୋଟି ୫୦ ଲକ୍ଷ କୃଷକ ପରିବାରର ବ୍ୟାଙ୍କ ଖାତାକୁ ସିଧାସଳଖ ୧୭ ହଜାର କୋଟି ଟଙ୍କା ପଠାଯାଇଛି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଏହି ଯୋଜନା ହେଉଛି ବିଶ୍ୱର ସର୍ବବୃହତ ଯୋଜନା ଯେଉଁଥିରେ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର ହେଉଛି। ଏ ପର୍ଯ୍ୟନ୍ତ ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନାରେ କେନ୍ଦ୍ର ସରକାର ୬୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଡ଼ିବିଟି ମାଧ୍ୟମରେ କୃଷକମାନଙ୍କୁ ପ୍ରଦାନ କରିଥିବା ସେ କହିଛନ୍ତି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..