Report Card Odisha

| Daily Odia News

କୃଷକଙ୍କ ପାଇଁ ମୋଦୀଙ୍କ ବଡ ଘୋଷଣା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବଡ ଘୋଷଣା କରିଛନ୍ତି। ହନୁମାନଗଡରେ ଏକ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ପିଏମ୍-କିଷାନ ସମ୍ମାନ ନିଧିର ଅର୍ଥ ୧୨,୦୦୦ ଟଙ୍କା ବୃଦ୍ଧି କରାଯିବ। ଏବେ ପିଏମ୍ କିଷାନ ସମ୍ମାନ ନିଧିରେ ଦେଶର କୃଷକମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ପ୍ରଦାନ କରାଯାଉଛି। ଏହି ଅର୍ଥ ତିନିଟି କିସ୍ତିରେ ଦିଆଯାଉଛି। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ରାଜସ୍ଥାନରେ ବିଜେପି କ୍ଷମତାକୁ ଆସିଲେ କୃଷକମାନଙ୍କ ଠାରୁ ଏମଏସପି ଦରରେ ଫସଲ କିଣିବା ସହିତ ପ୍ରତି ଫସଲ ଉପରେ ବୋନସ ପ୍ରଦାନ କରିବ। ରାଜସ୍ଥାନର କୃଷକମାନଙ୍କୁ ଯେଉଁମାନେ ଠକିଛନ୍ତି ସେମାନଙ୍କୁ ଭୋଟର କେବେହେଲେ କ୍ଷମା କରିବେ ନାହିଁ। କଂଗ୍ରେସ ଓ ‘ଇଣ୍ଡିଆ’ ମେଣ୍ଟର ନେତାଙ୍କୁ ସମାଲୋଚନା କରି ମୋଦୀ କହିଥିଲେ ଯେ ଏହି ନେତାମାନେ ମହିଳାଙ୍କୁ ନିୟମିତ ଅସମ୍ମାନ କରିଆସୁଛନ୍ତି। କଂଗ୍ରେସ ଶାସିତ ରାଜସ୍ଥାନରେ ମହିଳା ବିରୋଧୀ ହିଂସା ବଢି ଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। କଂଗ୍ରେସ ଶାସନରେ ଦୁର୍ନୀତି ଓ ପରିବାର ରାଜନୀତି ବିନା ଅନ୍ୟ କିଛି ହୁଏ ନାହିଁ। ତୁଷ୍ଟୀକରଣ ରାଜନୀତି ଦ୍ବାରା ଦଳ ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ଗୁରୁତ୍ବ ଦେଇଥାଏ। ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଡିସେମ୍ବର ୩ରେ ଭୋଟ ଗଣତି ହେବ।

 

Breaking News