ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୩୧ରେ ଚାଷୀଙ୍କୁ ମିଳିବ ପିଏମ୍ କିଶାନ ଟଙ୍କା। ପିଏମ୍ କିଶାନ୍ ସମ୍ମାନ ନିଧିର ଏକାଦଶ କିସ୍ତି ଅର୍ଥ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଚାଷୀଙ୍କ ଆକାଉଣ୍ଟଙ୍କୁ ୨୧ ହଜାର କୋଟି ଟଙ୍କା ବଣ୍ଟନ ନେଇ ପିଏମ୍ଓ ସୂଚନା ଦେଇଛି। ମିଳିଥିବା ସୂଚନା ଅନୁସାରେ, ଏବେ ଯାଏଁ କୃଷକଙ୍କ ଖାତାକୁ ୧ଲକ୍ଷ ୮୨ ହଜାର କୋଟିରୁ ଅଧିକ ଟଙ୍କା ପଠାଯାଇ ସାରିଲାଣି। କେବଳ ୨୦୨୧-୨୨ ବର୍ଷରେ କୃଷକଙ୍କୁ ୬୬ ହଜାର ୬୬୪ କୋଟି ଟଙ୍କା ଦିଆଯାଇଛି। କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ଚାଷୀଙ୍କୁ ବର୍ଷକୁ ତିନିଟି କିସ୍ତିରେ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି। ଏଯାଏଁ ୧୦ଟି କିସ୍ତିରେ କୃଷକଙ୍କୁ ଟଙ୍କା ପଠାଯାଇସାରିଛି। ଆସନ୍ତା ୩୧ ତାରିଖରେ ଏକାଦଶ କିସ୍ତି ଅର୍ଥ ପ୍ରଦାନ କରାଯିବ।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..