ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବର ଆଦାମପୁର ଏୟାରବେସ୍ରେ ମଙ୍ଗଳବାର ସକାଳେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଯବାନଙ୍କୁ ଭେଟି,ଯବାନଙ୍କ ସାହସକୁ ବଢାଇବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ବୀର ଯବାନଙ୍କ ସହ କଥାବାର୍ତ୍ତା କରିବା ସହ ଯବାନମାନେ ମଧ୍ୟ ବର୍ତ୍ତମାନର ପରିସ୍ଥିତି ବିଷୟରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଓ ଯବାନଙ୍କ ଅନେକ ଫଟୋ ଏବେ ସାମ୍ନାକୁ ଆସିଛି । ଗୋଟିଏ ଫଟୋରେ ଭାରତୀୟ ଲଢେଇ ବିମାନର ଫଟୋ ମଧ୍ୟ ଦେଖାଯାଉଛି । ଆଦମପୁରରେ ପହଞ୍ଚି ପ୍ରଧାନମନ୍ତ୍ରୀ ପାକିସ୍ତାନର ମିଥ୍ୟା ପ୍ରଚାରକୁ ସାମ୍ନାକୁ ଆଣିଛନ୍ତି। ପାକିସ୍ତାନ ମିଥ୍ୟା ଦାବି କରିଥିଲା ଯେ, ଭାରତୀୟ ସାମରିକ ଘାଟିଗୁଡ଼ିକୁ କ୍ଷତି ପହଞ୍ଚାଇଛି। ଏ ସମ୍ପର୍କରେ ବୈଦେଶିକ ସଚିବ ବିକ୍ରମ ମିସ୍ରୀ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ ଭାବରେ କହିଥିଲେ ଯେ ସିରସା ଏବଂ ଆଦମପୁର ବାୟୁସେନା ଘାଟିକୁ କ୍ଷତି ପହଞ୍ଚାଇବାର ପାକିସ୍ତାନର ଦାବି ସମ୍ପୂର୍ଣ୍ଣ ମିଥ୍ୟା। ଏହି ଏୟାରବେସର ଫଟୋ ମଧ୍ୟ ଦେଖାଯାଇଥିଲା, ଯାହା ଦର୍ଶାଉଥିଲା ଯେ ସେଠାରେ ସବୁକିଛି ସ୍ୱାଭାବିକ ଥିଲା। ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ମଙ୍ଗଳବାର ବିଜେପି ଦେଶସାରା ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରାର ଉଦ୍ଦେଶ୍ୟ ସାରା ଦେଶରେ ପ୍ରତ୍ୟେକ ନାଗରିକ ପର୍ଯ୍ୟନ୍ତ ଅପରେସନ୍ ସିନ୍ଦୂରର ସଫଳତାକୁ ଅବଗତ କରାଇବା। ୧୦ ଦିନର ଏହି ଯାତ୍ରା ପର୍ଯ୍ୟନ୍ତ ବିଜେପି ସାରା ଦେଶରେ ଭ୍ରମଣ କରିବା ସହ ଅପରେସନ୍ ସିନ୍ଦୂର ବିଷୟରେ ଲୋକଙ୍କୁ ଅବଗତ କରାଇବ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……