ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଧାନସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ଉଠୁଛି ପଡ଼ୁଛି। ଶାସକ ଟିଏମସି ଏବଂ ବିରୋଧୀ ବିଜେପି ମଧ୍ୟରେ ବାକ ଯୁଦ୍ଧ ଚାଲିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତାର ବିଜେପିକୁ ଟାର୍ଗେଟ କରୁଥିବା ବେଳେ ମୋଦୀ-ଶାହାଙ୍କ ନିଶାନାରେ ଦିଦି। ପଶ୍ଚିମବଙ୍ଗରେ ଦୀର୍ଘ ୫୫ ବର୍ଷ ଧରି ବିକାଶ ଅଟକି ରହିଛି । ରାଜ୍ୟର ଭୋଟର ଭାଜପାକୁ ଆଶୀର୍ବାଦ ଦେଲେ ପୁଣି ଏଠାରେ ବିକାଶ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଡ଼ଗପୁରଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଏଭଳି କହିଛନ୍ତି । ରାଜ୍ୟରେ ଭାଜପା ସରକାର ଗଠନ କଲେ ଯୋଜନାବଦ୍ଧ ଭାବେ କୃଷି, ଜଳସେଚନ ଏବଂ କୋଲ୍ଡ ଷ୍ଟୋରେଜ୍ ଆଦି ବ୍ୟବସ୍ଥାରେ ବିକାଶ ହୋଇ ପାରିବ। ଗତ ୭୦ ବର୍ଷ ଧରି ରାଜ୍ୟରେ କଂଗ୍ରେସଠାରୁ ଆରମ୍ଭ କରି ବାମଦଳ ତଥା ତୃଣମୂଳ କଂଗ୍ରେସ ସଭିଏଁ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଭାଜପାକୁ ୫ ବର୍ଷ ପାଇଁ ସୁଯୋଗ ଦେଲେ ରାଜ୍ୟବାସୀଙ୍କ ସ୍ବପ୍ନକୁ ସତ୍ୟରେ ପରିଣତ କରାଯିବ ବୋଲି ମୋଦି କହିଛନ୍ତି।






More Stories
ଟିମ୍ ଇଣ୍ଡିଆକୁ ୧୩୧ କୋଟି ପୁରସ୍କାର…..
ଲାଗୁ ହେଲା ESMA…..
କରୋନା ଟୀକା ମୃତ୍ୟୁ:ପ୍ରସ୍ତୁତ ହେବ କ୍ଷତିପୂରଣ ନୀତି…..