Report Card Odisha

| Daily Odia News

ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନରେ ଗୋ-ଖାଦ୍ୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ 

ମହାରାଷ୍ଟ୍ରର ପୁଣେରେ ଏକ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଇଁ ଆସିଥିବା ମଧ୍ୟାହ୍ନ ଭୋଜନ ବସ୍ତାରେ ପଶୁ ଖାଦ୍ୟ ଆସିଥିବା ଦେଖିବାକୁ ମିଳିଛି । ପୁଣେ ମ୍ୟୁନିସିପାଲ ଅଧିନ​‌ରେ ଥିବା ସ୍କୁଲ ନଂ-୫୮କୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ଖାଦ୍ୟ ବଦଳରେ ଗୋଖାଦ୍ୟ ବୋଝେଇ ବସ୍ତା ଆସିଥିଲା । ଖବର ପାଇଁ ଫୁଡ୍‌ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟେ୍ରସନ୍‌ (FDA) ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗୋ-ଖାଦ୍ୟ ସବୁକୁ ଜବତ କରିଥିବା ଜଣାପଡିଛି । ମିଡ୍‌ ଡେ ମିଲ ଯୋଜନା ରାଜ୍ୟ ସରକାର ଚଳାଇଥାନ୍ତି । ଯାହାଫଳରେ ଛାତ୍ରଛାତ୍ରୀଙ୍କୁ ଗୋଟିଏ ବେଳା ଖାଇବା ମାଗଣାରେ ଦିଆଯାଏ । ତେବେ କରୋନା ମହାମାରୀ କାରଣରୁ ସ୍କୁଲ ବନ୍ଦ ଅଛି ଏବଂ ପିଲାମାନଙ୍କ ଘରକୁ ଖାଦ୍ୟ ପହଞ୍ଚାଯାଉଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାକୁ ପୁଣେ ମେୟର ମୁରଲୀଧର ମୋହୋଲ ଲଜ୍ଜାଜନକ ବୋଲି କହିଛନ୍ତି । ସେ କହିଛନ୍ତି, ମିଡ୍‌ ଡେ ମିଲରେ ପିଲାମାନଙ୍କୁ ପଶୁମାନଙ୍କ ପାଇଁ ଆସୁଥିବା ଖାଦ୍ୟ ଦେବା ନିହାତି ଭାବେ ଅମାନବୀୟ । ଏହି ଘଟଣାର ତଦନ୍ତ କରିବା ଏବଂ ଦୋଷୀମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମୁରଲୀଧର ମୋହୋଲ ।

Breaking News