Report Card Odisha

| Daily Odia News

ଭାରତ ନିରପେକ୍ଷ ନୀତି ବଜାୟ ରଖିଛି:ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ‘ବିଜେପି’ର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ବୋଧନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଛନ୍ତି | କହିଛନ୍ତି କି ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ହେତୁ ସମଗ୍ର ବିଶ୍ବ ୨ଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିବା ବେଳେ ଭାରତ ନିରପେକ୍ଷ ନୀତି ବଜାୟ ରଖିଛି | ନିରପେକ୍ଷ ନୀତିରେ ଅଟଳ ରହି ଭାରତ ତା’ର ଜାତୀୟ ସ୍ବାର୍ଥ ଉପରେ ଗୁରୁତ୍ବ ଦେଇଛି। ମାନବତାବାଦ ସମ୍ପର୍କରେ କହୁଥିବା ଦେଶ ଭାରତ ତା’ର ଜାତୀୟ ସ୍ବାର୍ଥ ଉପରେ ପ୍ରାଧାନ୍ୟ ଦେଇଛି। ଏହାଛଡ଼ା, ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ୩ଟି କାରଣ ପାଇଁ ଚଳିତ ବର୍ଷର ପ୍ରତିଷ୍ଠା ଦିବସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପ୍ରଥମତଃ ଆମେ ସ୍ବାଧୀନତାର ୭୫ତମ ଦିବସ ପାଳନ କରୁଛନ୍ତି। ଏହା ପ୍ରେରଣାର ପ୍ରମୁଖ ଅବକାଶ। ଦ୍ବିତୀୟତଃ, ବୈଶ୍ବିକ ପରିସ୍ଥିତିରେ ଦ୍ରୁତ ପରିବର୍ତ୍ତନ, ଯେଉଁଥିପାଇଁ ଭାରତକୁ ନିରବଚ୍ଛିନ୍ନ ଭାବେ ନୂଆ ନୂଆ ସୁଯୋଗ ଜୁଟୁଛି। ତୃତୀୟତଃ, ଗତ ନିର୍ବାଚନରେ ‘ବିଜେପି’ର ବିଜୟ । ସେ କହିଛନ୍ତି, ଅଳ୍ପ କିଛି ସପ୍ତାହ ପୂର୍ବେ, ‘ବିଜେପି’ର ‘ଡବଲ୍‌-ଇଞ୍ଜିନ୍‌ ସରକାର’ ୪ଟି ରାଜ୍ୟରେ କ୍ଷମତାସୀନ ହୋଇଛି। ତିନି ଦଶନ୍ଧି ପରେ ପ୍ରଥମ ଥର ପାଇଁ ରାଜ୍ୟସଭାରେ ‘ବିଜେପି’ର ସଦସ୍ୟ ସଂଖ୍ୟା ୧୦୦ ହୋଇପାରିଛି। ବିରୋଧୀ ଦଳଗୁଡ଼ିକୁ ତୀବ୍ର ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଲେ, ଦିନ ଥିଲା ଲୋକେ ବିଶ୍ବାସ କରୁଥିଲେ, ଯେକୌଣସି ସରକାର କ୍ଷମତାରେ ସୁଦ୍ଧା ଭାରତ ପ୍ରଗତି କରିପାରିବ ନାହିଁ। କିନ୍ତୁ ଆଜି ପ୍ରତ୍ୟେକ ଭାରତୀୟ ସଗର୍ବ କହୁଛନ୍ତି ଯେ, ଭାରତ ଦ୍ରୁତ ପ୍ରଗତି ପଥରେ ଆଗେଇ ଚାଲୁଛି। ଦଶନ୍ଧି ଦଶନ୍ଧି ଧରି ‌କେତେକ ଦଳ ‘ଭୋଟ୍‌ ବ୍ୟାଙ୍କ୍‌’ ରାଜନୀତି କରୁଥିଲେ। ସେମାନେ ସ୍ବଳ୍ପ କେତେକଙ୍କ ପାଇଁ ଜନକଲ୍ୟାଣ କାର୍ଯ୍ୟ ପାଇଁ ପ୍ରତିଶ୍ରୁତି ଦେଇ ଅନେକଙ୍କୁ ଅସୁବିଧା ମଧ୍ୟରେ ରଖୁଥିଲେ। ବାଛବିଚାର ଓ ଦୁର୍ନୀତି ହେଉଛି ‘ଭୋଟ୍‌-ବ୍ୟାଙ୍କ୍‌’ ରାଜନୀତିର ପରିଣାମ। କିନ୍ତୁ, ସ୍ପଷ୍ଟ ଓ ସୁଦ୍ଧ ଆଭିମୁଖ୍ୟ ନେଇ ‘ବିଜେପି’ ଏ ପ୍ରକାର ରାଜନୀତିର ମୁକାବିଲା କରିଛି। ଦେଶର ଦରିଦ୍ର, ଦଳିତ ଏବଂ ମହିଳାମାନଙ୍କର କଲ୍ୟାଣ ନିମନ୍ତେ ‘ବିଜେପି’ ନିରନ୍ତର କାମ ଚଳାଇଛି ବୋଲି ସେ କହିଛନ୍ତି।

Breaking News