ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଯୋଧ୍ୟାରେ ରାମ ମନ୍ଦିରରେରାମଲଲାଙ୍କ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଯୋଜନା ଘୋଷଣା କରିଛନ୍ତି। ଏହାର ନାଁ ହେଉଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା । ପିଏମ ମୋଦୀଙ୍କ ଘୋଷଣା ଅନୁଯାୟୀ, ଏକ ଯୋଜନା ଅଧୀନରେ ୧ କୋଟି ଘରେ ଛାତ ଉପରେ ସୋଲାର ପ୍ୟାନେଲ୍ ରହିବ । ଏହା ଫଳରେ ଦେଶର ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ବିଜୁଳି ବିଲ୍ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲକୁ କହିଛନ୍ତି, “ସୂର୍ଯ୍ୟବଂଶୀ ଭଗବାନ ଶ୍ରୀରାମଙ୍କ ଆଲୋକରୁ ବିଶ୍ୱର ସମସ୍ତ ଭକ୍ତସର୍ବଦା ଶକ୍ତି ପାଆନ୍ତି। ଆଜି ଅଯୋଧ୍ୟାରେ ପବିତ୍ର ଅବସରରେ ମୋର ସଂକଳ୍ପ ଆହୁରି ଦୃଢ଼ ହୋଇଛି ଯେ ଭାରତୀୟମାନଙ୍କୁ ସେମାନଙ୍କ ଘରଛାତ ଉପରେ ନିଜସ୍ୱ ସୌର ଛାତ ଉପର ବ୍ୟବସ୍ଥା ରହିବା ଉଚିତ୍ । ଅଯୋଧ୍ୟାରୁ ଫେରିବା ପରେ ମୁଁ ପ୍ରଥମ ନିଷ୍ପତ୍ତି ନେଇଛି ଯେ ଆମ ସରକାର ୧ କୋଟି ଘରେ ଛାତ ଉପରେ ସୋଲାର ଲଗାଇବା ଲକ୍ଷ୍ୟ ନେଇ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ ଆରମ୍ଭ କରିବେ। ଏହା ଦ୍ୱାରା କେବଳ ଗରିବ ଓ ମଧ୍ୟବିତ୍ତଙ୍କ ବିଜୁଳି ବିଲ୍ କମିବ ନାହିଁ, ବରଂ ଶକ୍ତି କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବ।” ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାର ସବୁଠାରୁ ଅଧିକ ହିତାଧିକାରୀ ଗରିବ ଓ ମଧ୍ୟବିତ୍ତବର୍ଗଙ୍କୁ ମିଳିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ତାଙ୍କୁ ତାଙ୍କ ରୋଜଗାରର ଏକ ବଡ଼ ଅଂଶ ବିଜୁଳି ବିଲ୍ ବାବଦରେ ଖର୍ଚ୍ଚ କରିବାକୁ ପଡ଼ୁଛି। ବିଜୁଳି ବିଲ୍କୁ ନେଇ ଦେଶରେ ରାଜନୀତି ମଧ୍ୟ ହୋଇଥାଏ । କେତେବେଳେ ବିଲ୍ ଛାଡ଼ ପ୍ରସଙ୍ଗରେ ତ କେତେବେଳେ ମାଗଣା ବିଜୁଳି ପ୍ରସଙ୍ଗରେ ଲୋକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରାଯାଇଥାଏ। ଏହି ଯୋଜନା ଜରିଆରେ ସରକାର ଏଭଳି ପ୍ରସଙ୍ଗରେ ରାଜନୀତିକୁ ଶେଷ କରିବାକୁ ଉଦ୍ୟମ କରୁଛନ୍ତି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..