Report Card Odisha

| Daily Odia News

ତ୍ରିପୁରା ଅଘଟଣର ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିପୁରାରେ ରଥଯାତ୍ରା ସମୟରେ ହୋଇଥିବା ଅଘଟଣକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିଜନକୁ ୨ ଲକ୍ଷ ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କୁମାରଘାଟରେ ଅଞ୍ଚଳରେ ବାହୁଡା ଯାତ୍ରା ସମୟରେ ହୋଇଥିବା ଅଘଟଣରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଲୋକଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରୁଛି। ସୂଚନା ଯୋଗ୍ୟ,ବୁଧବାର ତ୍ରିପୁରାର କୁମାରଘାଟ ଅଞ୍ଚଳରେ ବାହୁଡା଼ ଯାତ୍ରା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୨୦ ଜଣ ଆହତ ହୋଇଥିଲେ।

Breaking News