Report Card Odisha

| Daily Odia News

‘ବିଆଇଏମ୍‌ଏସ୍‌ଟିଇସି’ ସଚିବାଳରୟ ଆଭିଯାନିକ ବଜେଟ୍‌ ପାଇଁ ଭାରତ ଦେବ ୧ ନିୟୁତ ଡଲାର୍‌…..

NEW DELHI, MAR 4 (UNI):- Prime Minister Narendra Modi addressing the plenary session of the webinar on 'Energy for sustainable growth' through video conferencing in New Delhi on Friday. UNI PHOTO-23U

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ୍‌-ୟୁକ୍ରେନ୍‌ ସଙ୍କଟ ଆନ୍ତର୍ଜାତିକ ଶୃଙ୍ଖଳାର ସ୍ଥିରତା କ୍ଷେତ୍ରରେ ସନ୍ଦେହ ସୃଷ୍ଟି କରାଇଥିବାରୁ ଆଞ୍ଚଳିକ ସହଯୋଗ ଅଧିକ ପ୍ରୟୋଜନୀୟ ହୋଇପଡ଼ିଛି | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବିଆଇଏମ୍‌ଏସ୍‌ଟିଇସି’ ଶିଖରର ସମ୍ମଳନୀରେ ଭର୍ଚ୍ୟୁଆଲ୍‌ ଅଭିଭାଷଣରେ ଏଭଳି କହିଛନ୍ତି। ତାଙ୍କ ବକ୍ତବ୍ୟରୁ ଉଦ୍ଧୃତ କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି, ସାମ୍ପ୍ରତିକ ୟୁରୋପୀୟ ପରିସ୍ଥିତି ଆନ୍ତର୍ଜାତିକ ସ୍ଥିରତା କ୍ଷେତ୍ରରେ ସନ୍ଦେହ ସୃଷ୍ଟି କରୁଛି। ଏହି ପରିପ୍ରେକ୍ଷୀରେ, ଆଞ୍ଚଳିକ ସହଯୋଗ ରକ୍ଷା ଅଧିକ ପ୍ରୟୋଜନୀୟ ହୋଇପଡ଼ିଛି। ଏହି ୭ ରଷ୍ଟ୍ରୀୟ ‘ବିଆଇଏମ୍‌ଏସ୍‌ଟିଇସି’ (ବେ ଅଫ୍‌ ବେଙ୍ଗଲ୍‌ ଇନିସିଏଟିଭ୍‌ ଫର୍‌ ମଲ୍ଟି-ସେକ୍ଟରାଲ୍‌ ଟେକ୍ନିକାଲ୍‌ ଆଣ୍ଡ୍‌ ଇକୋନୋମିକ୍‌ କୋଅପରେସନ୍‌) ଶିଖର ବୈଠକରେ ଅଧ୍ୟକ୍ଷତା କରୁଛି ଶ୍ରୀଲଙ୍କା। ବାଂଲାଦେଶ, ଭୁଟାନ୍‌, ଭାରତ, ନେପାଳ, ଶ୍ରୀଲଙ୍କା ଭଳି ୫ଟି ଦକ୍ଷିଣ ଏସୀୟ ରାଷ୍ଟ୍ର ଏବଂ ମିଆଁମାର ଏବଂ ଥାଇଲାଣ୍ଡ୍‌ ଭଳି ଦକ୍ଷିଣପୂର୍ବ ଏସିଆର ୨ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି। ଆଜି ୫ମ ‘ବିଆଇଏମ୍‌ଏସ୍‌ଟିଇସି’ ଶିଖର ସମ୍ମିଳନୀରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ‘ବିଆଇଏମ୍‌ଏସ୍‌ଟିଇସି’ ସଚିବାଳରୟ ଆଭିଯାନିକ ବଜେଟ୍‌ ବୃଦ୍ଧି ପାଇଁ ଭାରତ ୧ ନିୟୁତ ଡଲାର୍‌ ପ୍ରଦାନ କରିବ। ସେ କହିଛନ୍ତି, ବଙ୍ଗୋପସାଗରକୁ ସଂଯୋଗ, ସମୃଦ୍ଧି ଓ ସୁରକ୍ଷାର ସେତୁ କରିବାର ସମୟ ଆସିଯାଇଛି। ୧୯୯୭ରେ ଆମେ ସମ୍ମିଳିତ ହୋଇ ହାସଲ କରିଥିବା ଲକ୍ଷ୍ୟ ହାସଲ ପାଇଁ ନୂଆ ଉଦ୍ଦୀପନାରେ କାମ କରିବା ପାଇଁ ଉତ୍ସର୍ଗୀକୃତ ହେବାକୁ ମୁଁ ସମସ୍ତ ‘ବିଆଇଏମ୍‌ଏସ୍‌ଟିଇସି’ ରାଷ୍ଟ୍ରଙ୍କୁ ଆହ୍ବାନ ଦେଉଛି। ଏହି ଶିଖର ସମ୍ମିଳନୀର ଫଳାଫଳ ‘ବିଆଇଏମ୍‌ଏସ୍‌ଟିଇସି’ ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ରଚନା କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Breaking News