Report Card Odisha

| Daily Odia News

୨୦ ବର୍ଷ ହେଲା ମୁଁ ଏଭଳି ଅପମାନ ସହୁଛି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦ ପରିସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡେଙ୍କ ମିମିକ୍ରି ଭିଡିଓ ଭାଇରାଲ୍‌ ହେବା ଘଟଣାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ନିକଟକୁ ଫୋନ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ଖୋଦ୍‌ ଉପରାଷ୍ଟ୍ରପତି ସୋଶାଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଉପରାଷ୍ଟ୍ରପତିଙ୍କ ସହ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ମଧ୍ୟ ୨୦ ବର୍ଷ ଧରି ସମାନ ଭାବରେ ଅପମାନିତ ସହୁଛି। କିନ୍ତୁ ସଂସଦ ଗୃହରେ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଉପରାଷ୍ଟ୍ରପତିଙ୍କ ପ୍ରତି ଏହି ପ୍ରକାର ଅପମାନ ଦୁର୍ଭାଗ୍ୟଜନକ। ସେପଟେ ଉପରାଷ୍ଟ୍ରପତି ଧନଖଡେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ କିଛି ଲୋକଙ୍କ ଏପରି କାର୍ଯ୍ୟ ମୋତେ ମୋର କର୍ତ୍ତବ୍ୟ ପଥରୁ ଅଟକାଇ ପାରିବ ନାହିଁ। ସେପଟେ ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ନିରାଶଜନକ ବୋଲି କହିଛନ୍ତି। ବାସ୍ତବରେ ଗତକାଲି ସାଂସଦମାନେ ଏକାଠି ହୋଇ ସଂସଦ ବାହାର ମକର ଦ୍ୱାରରେ ବିରୋଧୀ ସାଂସଦଙ୍କ ନିଲମ୍ବନକୁ ବିରୋଧ କରିଥିଲେ। ଏହାପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡେଙ୍କ ନକଲ ତଥା ମିମିକ୍ରି କରିବା ଆରମ୍ଭ କରିଥିଲେ। ଏହି ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏକ ଭିଡିଓ ପ୍ରସ୍ତୁତ କରୁଥିଲେ। କଲ୍ୟାଣ ବାନାର୍ଜୀ ମିମିକ୍ରି କରିବା ସମୟରେ ସେଠାରେ ବହୁ ବିରୋଧୀ ସାଂସଦ ମଧ୍ୟ ଉପସ୍ଥିତ ଥିଲେ।

Breaking News