ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯୁବପିଢ଼ି ହେଉଛନ୍ତି ଦେଶର ସବୁଠାରୁ ବଡ଼ ବଳ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ ଲକ୍ଷ କର୍ମୀଙ୍କ ପାଇଁ ‘ରୋଜଗାର ମେଳା’ ଅଭିଯାନରେ ଆଜି ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ପ୍ରଦାନକରିଛନ୍ତି । ନିଯୁକ୍ତି ପତ୍ର ବଣ୍ଟନ କରିବା ସହ ମୋଦୀ ଆହୁରି ବି କହିଛନ୍ତି ଯେ ଯୁବପିଢ଼ିଙ୍କୁ ରୋଜଗାର ପନ୍ଥା ଯୋଗାଇ ଦେବାର ଏହି ଅଭିଯାନ ଜାରି ରହିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୁବପିଢ଼ିଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ‘ଗତ ୧ ମାସରୁ ଏହି ପ୍ରକାରର ଅଭିଯାନ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ ଶାସିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ଚାଲୁ ହେବ। ‘ଡବଲ୍ ଇଞ୍ଜିନ୍ ସରକାରର ଏହି ସୁବିଧା। ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବାର ଏହି ପର୍ବ ଜାରି ରହିବ। ଆପଣ ଜାଣିଥିବେ ନିଶ୍ଚୟ ଯେ ଏହି ଡବଲ୍ ଇଞ୍ଜିନ୍ ଏବେ ବିଜେପିର ନିର୍ବାଚନ ପ୍ରଚାର ଅଭିଯାନର ଏକ ମୂଳ ପ୍ରସଂଗ। ଗୁଜୁରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନରେ ଭାଜପା ଏହି ପ୍ରସଂଗକୁ ଖୁବ୍ ଜୋର୍ରେ ଉଠାଇଛି। ଜାଣିବାକୁ ମିଳିଛି ଯେ ମୋଦୀ ସମୁଦାୟ ୭୧, ୦୫୬ ଜଣଙ୍କୁ ନିଯୁକ୍ତି ପତ୍ର ସମର୍ପିଛନ୍ତି। ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ଏବେ ନିର୍ବାଚନ ପାଇଁ ଆଦର୍ଶ ଆଚ୍ଚରଣ ବିଧି ଲାଗୁ ହୋଇଥିବାରୁ ଏହି ୨ ସ୍ଥାନକୁ ଛାଡ଼ି ନିଯୁକ୍ତ ପ୍ରକ୍ରିୟା ଏବେ ଦେଶର ୪୫ ସ୍ଥାନରେ ଲାଗୁ ହୋଇଛି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..