ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଯୁବଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୦ ହଜାରରୁ ଅଧିକ ନବ ନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି,ଦେଶର ବିକାଶରେ ସକ୍ରିୟଭାବେ ସାମିଲ ହେବାକୁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଯୁବପିଢୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ବ୍ୟାଙ୍କିଙ୍ଗ କ୍ଷେତ୍ର ବିଷୟରେ କହିଛନ୍ତି ଯେ, ଭାରତ ଏଭଳି ଏକ ଦେଶ ଯେଉଁଠି ବ୍ୟାଙ୍କିଙ୍ଗ କ୍ଷେତ୍ର ସବୁଠୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଉଛି । କିନ୍ତୁ ୯ ବର୍ଷ ପୂର୍ବେ ଏଭଳି ସ୍ଥିତି ନଥିଲା। ଶ୍ରୀ ମୋଦୀ କହିଛନ୍ତି ଦେଶରେ ୫୦ କୋଟିରୁ ଅଧିକ ଜନ-ଧନ ଜମାଖାତା ଖୋଲାଯାଇଛି ଓ ଏହା ପ୍ରତ୍ୟେକ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଗର୍ବର ବିଷୟ । ସୂଚନା ଅନୁସାରେ, ଦେଶର ୪୪ଟି ସ୍ଥାନରେ ରୋଜଗାର ମେଳାର ଆୟୋଜନ କରାଯାଇଥିଲା। ଦେଶରେ ରୋଜଗାର ସୃଷ୍ଟି ଏବଂ ଚାକିରି ଦେବା ଲାଗି କେନ୍ଦ୍ର ସରକାର ରୋଜଗାର ମେଳା ଆୟୋଜନ କରୁଛନ୍ତି। ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଯୁବକ-ଯୁବତୀମାନେ ରାଜସ୍ୱ,ଆର୍ଥିକ ସେବା, ଶିକ୍ଷା, ଡାକ, ଜଳସମ୍ପଦ ବିଭାଗ ସହିତ ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବାରକଲ୍ୟାଣ, ଗୃହ ମନ୍ତ୍ରଣାଳୟରେ ନିଯୁକ୍ତି ପାଇଛନ୍ତି। ସରକାରଙ୍କର ଏହି ପଦକ୍ଷେପ ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ସହିତ ଦେଶର ବିକାଶରେ
ଗୋଟିଏ ବଡ଼ ପଦକ୍ଷେପ ବୋଲି କୁହାଯାଇଛି ।






More Stories
ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ…..
ଆପ୍ ଦଳ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଘବ…..
ପାକିସ୍ତାନରେ ଆଲୋଚନାକୁ ଇରାନର ମନା…..