Report Card Odisha

| Daily Odia News

କିଏ କହୁଛି ରାବଣ, କିଏ କହୁଛି ରାକ୍ଷସ, କିଏ କହୁଛି ଅସରପା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରତି ମୋର ସମ୍ମାନ ଅଛି, କିନ୍ତୁ ରାମଭକ୍ତଙ୍କ ଦେଶରେ ଜଣକୁ ରାବଣ କହିବା ଠିକ୍‌ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ନିର୍ବଚାନ ପ୍ରଚାର ଅଭିଯାନ ବେଳେ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କୁ ସମାଲୋଚନା କରି କହିଛନ୍ତି। ଗୁଜରାଟର କଲୋଳରେ ବିଶାଳ ଜନସମାବେଶରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି,ବଡ଼ ଓ ତୀକ୍ଷ୍ଣ ଅପମାନ ବ୍ୟବହାର କରି କିଏ ମୋଦୀଙ୍କୁ ଅଧିକ ଅସମ୍ମାନ କରିପାରିବ,ସେଥିଲାଗି କଂଗ୍ରେସରେ ପ୍ରବଳ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଅଳ୍ପ ଦିନ ତଳେ ଜଣେ କଂଗ୍ରେସ ନେତା କହି‌ଥିଲେ, ମୋଦୀ କୁକୁର ଭଳି ମରିବ, ଆଉ ଜଣେ କହିଥିଲେ ମୋଦୀ ହିଟ୍‌ଲର୍‌ଙ୍କ ଭଳି ମରିବ। ଅନ୍ୟ ଜଣେ କହିଥିଲେ, ଯଦି ସୁଯୋଗ ପାଆନ୍ତି ନିଜେ ମୋଦୀକୁ ମାରିପକାନ୍ତି। କିଏ କହୁଛି ରାବଣ, କିଏ କହୁଛି ରାକ୍ଷସ ପୁଣି କିଏ କହୁଛି ଅସରପା। କଂଗ୍ରେସ ଲୋକେ ମୋଦୀକୁ ଏମିତି ନାଁରେ ଡାକିବା ନେଇ ମୁଁ ଆଚମ୍ବିତ ହେଉନାହିଁ। କିନ୍ତୁ, ଏଭଳି ଶବ୍ଦ ବ୍ୟବହାର କରି କଂଗ୍ରେସ ଅନୁଶୋଚନା ନ କରୁଥିବା କଥା ମତେ ଆଚମ୍ବିତ କରିଛି। ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନ ଦେବା ସେମାନଙ୍କର ଅଧିକାର ବୋଲି କଂଗ୍ରେସ ଭାବୁଛି। ଏ ସପ୍ତାହ ପ୍ରାରମ୍ଭରେ ଅହମଦାବାଦ ରାଲିରେ ଉଦ୍‌ବୋଧନ ଦେବା ବେଳେ ଖଡ଼ଗେ କହିଲେ, ମୋଦୀଜୀ ଆମର ପ୍ରଧାନମନ୍ତ୍ରୀ। ନିଜ କର୍ତ୍ତବ୍ୟ ଭୁଲି ସେ କର୍ପୋରେସନ୍, ବିଧାୟକ, ସାଂସଦ ନିର୍ବାଚନ ପ୍ରଚାରରେ ଚାରିଆଡ଼େ ବୁଲୁଛନ୍ତି। ସବୁବେଳେ ନିଜ ବିଷୟରେ କହୁଛନ୍ତି। ଆପଣମାନେ ଆଉ କାହାକୁ ଦେଖନ୍ତୁ ନାହିଁ, ଖାଲି ମୋଦିଙ୍କୁ ଚାହିଁ ଭୋଟ୍‌ ଦିଅନ୍ତୁ। ଆମେ କେତେ ଥର ଆପଣଙ୍କୁ ମୁଖ ଦଶର୍ନ କରିବୁ | ଆପଣଙ୍କର କେତେଟା ରୂପ ଅଛି | ଆପଣଙ୍କର କ’ଣ ରାବଣଙ୍କ ପରି ୧୦୦ଟି ମୁଣ୍ଡ ଅଛି |

Breaking News