ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଗୁରୁବାର ରାଜ୍ୟସଭାରେ ବିଦାୟୀ ସାଂସଦଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ସଂସଦର ଉଭୟ ଗୃହ ଓ ଦେଶ ପ୍ରତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅବଦାନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏହା ସହ କହିଛନ୍ତି ଯେ ଯେତେବେଳେ ଗଣତନ୍ତ୍ର ବିଷୟରେ ଆଲୋଚନା ହେବ ସେତେବେଳେ ସେ ନିଶ୍ଚିତ ମନେପଡିବେ । ସେ ୬ଥର ଗୃହର ସଦସ୍ୟ ରହିଥିଲେ, ଗୃହର ଜଣେ ସଦସ୍ୟ ଭାବେ ତାଙ୍କର ବଡ ଯୋଗଦାନ ରହିଥିଲା । ଅନେକ ଥର ସେ ଗୃହକୁ ମାର୍ଗଦର୍ଶନ କରିଛନ୍ତି । ଏପରିକି ସେ ହ୍ୱିଲଚେୟାରରେ ଆସି ଭୋଟ୍ ଦେଇଛନ୍ତି । ଯାହାକି ଲୋକତନ୍ତ୍ରକୁ ଶକ୍ତି ଦେଇଛି ।






More Stories
ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ଗୃହୀତ…..
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..