Report Card Odisha

| Daily Odia News

‘ଅମୃତ ୨.୦’ ‌ଯୋଜନାର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ମହାରାଷ୍ଟ୍ରର ସୋଲାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଅମୃତ ୨.୦’ ଯୋଜନାକୁ ଉଦଘାଟନ କରିଛନ୍ତି । ଏହି ଯୋଜନା ଉଦ୍‌ଘାଟନ କରିବା ସହ ୧୫ ହଜାର ଶ୍ରମିକଙ୍କୁ ଘର ଚାବି ପ୍ରଦାନ କରିଥିବା ସୂଚନା ମିଳିଛି । ସୋଲାପୁରର ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି- ସେ ଗରିବଙ୍କ ପାଇଁ ୬୦ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରିଛନ୍ତି। ‘‘ମୁଁ ବହୁତ ଖୁସି ଯେ ମହାରାଷ୍ଟ୍ରର ଏକ ଲକ୍ଷରୁ ଅଧିକ ଗରିବ ପରିବାର ମଧ୍ୟ ଜାନୁଆରି ୨୨ ତାରିଖରେ ରାମଙ୍କ ଜ୍ୟୋତି ପ୍ରଜ୍ଜୋଳିତ କରିବେ।’’ ସେ ସମସ୍ତଙ୍କୁ ରାମଙ୍କ ନାମରେ ମୋବାଇଲ ଫ୍ଲାସ ଅନ୍ କରିବାକୁ କହିଥିଲେ। ମୋଦୀ କହିଛନ୍ତି ‘‘ପ୍ରଭୁ ରାମ ମୋତେ ସର୍ବଦା ମୋର ଶବ୍ଦର ସମ୍ମାନ ରକ୍ଷା କରିବାକୁ ଶିଖାଇଛନ୍ତି। ସୋଲାପୁରର ଗରିବଙ୍କ ପାଇଁ ନିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେଉଛି।’’ ତାଙ୍କ କହିବାନୁସାରେ ସେ ଲୋକମାନଙ୍କୁ ହସ୍ତାନ୍ତର କରିଥିବା ଘରଗୁଡ଼ିକୁ ଦେଖିଛନ୍ତି। ଘରଗୁଡ଼ିକୁ ଦେଖିବା ପରେ ତାଙ୍କ ପିଲାଦିନେ କାସ୍‌ ତାଙ୍କୁ ଏପରି ଘରେ ରହିବାକୁ ସୁଯୋଗ ମିଳିଥାନ୍ତା କି! ବୋଲି ଭାବି ଭାବୁକ ହୋଇ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ସେ ଶିଳାନ୍ୟାସ ଆସିଥିଲେ ସେତେବେଳେ ସେ ଏକ କଥା ଦେଇଥିଲେ ଯେ ସେ ବ୍ୟକ୍ତିଗତ ଭାବେ ଚାବି ଦେବାକୁ ଆସିବେ। ତାହା ସେ କରିକି ଦେଖାଇଛନ୍ତି।

Breaking News