Report Card Odisha

| Daily Odia News

ହେଲିକପ୍ଟର ଫ୍ୟାକ୍ଟ୍ରି ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ତୁମାକୁରୁ ଜିଲ୍ଲାରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର ହେଲିକପ୍ଟର ଫ୍ୟାକ୍ଟ୍ରିକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ଲାଇଟ୍‌ ୟୁଟିଲିଟି ହେଲିକପ୍ଟର ମଧ୍ୟ ଉନ୍ମୋଚନ କରିଥିବା ଜଣାପଡିଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ୩ ଦିନିଆ କର୍ନାଟକ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଭାରତ ଶକ୍ତି ସପ୍ତାହ ଜି-୨୦ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ସେହିପରି ଚିକ୍କନାୟକାନାହଲ୍ଲୀ ଏବଂ ଟିପୁରରେ ଜଳ ଜୀବନ ମିଶନ ପ୍ରକଳ୍ପର ମୂଳଦୁଆ ପକାଇବେ ବୋଲି ସୂଚନା ରହିଛି।

Breaking News