Report Card Odisha

| Daily Odia News

‘ବାଣିଜ୍ୟ ଭବନ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ନୂତନ କ୍ୟାମ୍ପସ ‘ବାଣିଜ୍ୟ ଭବନ’ ଏବଂ NIRYAT ପୋର୍ଟାଲର ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଏହି ଦୁଇଟି ପ୍ରକଳ୍ପର ଲକ୍ଷ୍ୟ ହେଉଛି ସରକାରୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା। ସେ କହିଛନ୍ତି ଯେ ସରକାରଙ୍କ ପ୍ରକଳ୍ପ ବର୍ଷ ବର୍ଷ ଧରି ବିଳମ୍ବ ହେବା ଉଚିତ ନୁହେଁ, ସେଗୁଡିକ ଠିକ୍ ସମୟରେ ଶେଷ ହେବା ଦରକାର, ସରକାରଙ୍କ ଯୋଜନା ଲକ୍ଷ୍ୟରେ ପହଞ୍ଚିବା ଉଚିତ, ତେବେ ଯାଇ ଦେଶର ଟିକସଦାତାଙ୍କ ସମ୍ମାନ ରହିବ। ବର୍ତ୍ତମାନ ପିଏମ୍‌ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ରୂପରେ ଆମ ପାଖରେ ଏକ ଆଧୁନିକ ପ୍ଲାଟଫର୍ମ ମଧ୍ୟ ଅଛି। ମୋଦୀ କହିଛନ୍ତି, ବାଣିଜ୍ୟ ଭବନ ଏହି ସମୟରେ ବାଣିଜ୍ୟ କ୍ଷେତ୍ରରେ ଆମ ସଫଳତାର ସଙ୍କେତ। ମୋର ମନେ ଅଛି, ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ମୁଁ ଇନୋଭେସନ ଓ ଗ୍ଲୋବାଲ ଇନୋଭେସନ୍‌ ଇଣ୍ଡେକ୍ସରେ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲି। ଆଜି ଆମେ ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସରେ ୪୬ ତମ ସ୍ଥାନରେ ରହିଛୁ ଏବଂ କ୍ରମାଗତ ଭାବରେ ଉନ୍ନତି କରୁଛୁ।

 

Breaking News