ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ଜନ ସମର୍ଥ ପୋର୍ଟାଲ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଆଜି ବିଜ୍ଞାନ ଭବନରେ ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିବା ସମୟରେ କ୍ରେଡିଟ ସହ ଜଡ଼ିତ ସରକାରୀ ଯୋଜନାଗୁଡିକ ପାଇଁ ଜାତୀୟ ପୋର୍ଟାଲ ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏହି ପୋର୍ଟାଲ ଛାତ୍ର, ଉଦ୍ୟୋଗୀ, ବ୍ୟବସାୟୀ, କୃଷକଙ୍କ ଜୀବନକୁ ସହଜ କରିବା ସହ ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ । କେଉଁ ସରକାରୀ ଯୋଜନା ସେମାନଙ୍କ ପାଇଁ ଅଧିକ ଲାଭଦାୟକ ହେବ ଏବଂ ସେମାନେ ଏହାର ଫାଇଦା ଉଠାଇ ପାରିବେ ବୋଲି ଛାତ୍ରଛାତ୍ରୀମାନଙ୍କୁ ଜଣାପଡିବ । ଏହି ପୋର୍ଟାଲ୍ ଯୁବକ, ମଧ୍ୟବିତ୍ତ ଶ୍ରେଣୀର ଏକ ଏଣ୍ଡ-ଟୁ-ଏଣ୍ଡ୍ ଡେଲିଭରି ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ଆତ୍ମନିଯୁକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।’ ଏହା ସହ ମୋଦୀ କହିଛନ୍ତି ଯେ, ‘ଜନ ସମର୍ଥ ପୋର୍ଟାଲ ହେଉଛି ସରକାରୀ ଋଣ ଯୋଜନାକୁ ସଂଯୋଗ କରୁଥିବା ୱାନ୍ ଷ୍ଟପ ଡିଜିଟାଲ ପୋର୍ଟାଲ । ଏହା ପ୍ରଥମ ଏପରି ପ୍ଲାଟଫର୍ମ, ଯାହାକି ହିତାଧିକାରୀଙ୍କୁ ସିଧାସଳଖ ଋଣଦାତାଙ୍କ ସହ ଯୋଡିଥାଏ । ଜନ ସମର୍ଥ ପୋର୍ଟାଲର ମୂଳ ଉଦ୍ଦେଶ୍ୟ ହେଉଛି ମାର୍ଗଦର୍ଶନ ଓ ବିଭିନ୍ନ କ୍ଷେତ୍ରର ଅନ୍ତର୍ଭୂକ୍ତ ବିକାଶ ଏବଂ ବିକାଶକୁ ପ୍ରୋତ୍ସାହିତ କରିବା । ସରଳ ଏବଂ ସହଜ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ସେମାନଙ୍କୁ ସଠିକ୍ ପ୍ରକାରର ସରକାରୀ ସୁବିଧା ଯୋଗାଇବା ।’ ଜନ ସମର୍ଥ ପୋର୍ଟାଲ ଏକ ଡିଜିଟାଲ୍ ପୋର୍ଟାଲ୍, ଯାହା ୧୩ ଟି କ୍ରେଡିଟ୍ ଲିଙ୍କ୍ ହୋଇଥିବା ସରକାରୀ ଯୋଜନାକୁ ଗୋଟିଏ ପ୍ଲାଟଫର୍ମରେ ଲିଙ୍କ୍ କରେ । ଏହା ମାଧ୍ୟମରେ ହିତାଧିକାରୀମାନେ କିଛି ସରଳ ପଦକ୍ଷେପରେ ଡିଜିଟାଲ୍ ଯୋଗ୍ୟତା ଯାଞ୍ଚ କରିପାରିବେ । ଯୋଗ୍ୟ ସ୍କିମ୍ ଅନ୍ତର୍ଗତ ଅନଲାଇନ୍ ଆବେଦନ କରିପାରିବେ ଓ ଡିଜିଟାଲ୍ ଅନୁମୋଦନ ପାଇପାରିବେ ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..