ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥରେ ପ୍ରକଳ୍ପ ସୋନପ୍ରୟାଗ-କେଦାରନାଥ ରୋପୱେର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ସହିତ ଜଡିତ ନ୍ୟାସନାଲ ହାଇୱେ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଲିମିଟେଡର ଇଞ୍ଜିନିୟର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି ମାଧ୍ୟମରେ ପ୍ରକଳ୍ପ ବିଷୟରେ ଅବଗତ କରାଯାଇଛି। ଏହି ରୋପୱେ କେଦାରନାଥ ଧାମ ପର୍ଯ୍ୟନ୍ତ ପ୍ରାୟ ୯.୭ କିଲୋମିଟର ଲମ୍ବା ହେବ। ଏହା ଗୌରୀକୁଣ୍ଡକୁ କେଦାରନାଥ ସହିତ ସଂଯୋଗ କରିବ। ଦୁଇ ସ୍ଥାନ ମଧ୍ୟରେ ଯାତ୍ରା ସମୟ ୬-୭ ଘଣ୍ଟାରୁ ବର୍ତ୍ତମାନ ପ୍ରାୟ ୩୦ ମିନିଟକୁ ହ୍ରାସ ପାଇବ। କେଦାରନାଥ ରୋପୱେର ଶିଳାନ୍ୟାସ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥଳକୁ ଯାଇଥିଲେ। ସେଠାରୁ ଫେରି ପ୍ରଧାନମନ୍ତ୍ରୀ ପୁନଃନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିଥିଲେ। ଏହାପରେ ସେ ବଦ୍ରିନାଥ ଧାମ ଅଭିମୁଖେ ଚାଲିଗଲେ। ସୋନପ୍ରାୟାଗରୁ ନିର୍ମାଣ ହେବାକୁ ଥିବା କେଦାରନାଥ ରୋପୱେ କିମ୍ବା କେବୁଲ କାର ପ୍ରକଳ୍ପର ଦାୟିତ୍ବ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆର ଜାତୀୟ ରାଜପଥ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଲିମିଟେଡକୁ ଦିଆଯାଇଛି। ଏଜେନ୍ସି ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରୁଛି। ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି ଯେ, ଜୁନ୍ ୨୦୨୬ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାୟ ୯.୭୦ କିଲୋମିଟର ଲମ୍ବା ଏହି ପ୍ରକଳ୍ପ ପାଇଁ ୧୨୬୮ କୋଟି ଟଙ୍କା ଖର୍ଚ୍ଚ ହେବ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..