Report Card Odisha

| Daily Odia News

୩ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ…..

India's Prime Minister Narendra Modi greets Myanmar's State Counselor Aung San Suu Kyi before their meeting in the Presidential Palace in Naypyitaw, Myanmar September 6, 2017. REUTERS/Soe Zeya Tun - RC1757272B50

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଗୁଜରାଟ ଗସ୍ତ କରିବେ | ସେଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ଡାକ୍ତର ଟେଡ୍‌ରସ୍‌ ଗେବ୍ରେୟେସସ୍‌ ମଧ୍ୟ ତାଙ୍କ ସହିତ ଉପସ୍ଥିତ ରହିବେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀନଗର, ବନାସ୍କାଣ୍ଠା, ଜାମନଗର ଏବଂ ଦାହୋଦରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରବିବାର ଦିନ ପୋଷ୍ଟ କରିଥିବା କେତେଗୁଡ଼ିଏ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ କ୍ଷେତ୍ରର ଏହି ପ୍ରକଳ୍ପ ସବୁ ଜନସାଧାରଣଙ୍କ ଜୀବନଯାପନ ଧାରାକୁ ସହଜ କରିବାରେ ସହାୟକ ହେବ। ଏହି ୩ଦିନିଆ ଗସ୍ତ ସମୟରେ ତାଙ୍କ ସହିତ ଯୋଗ ଦେବାକୁ ଥିବା ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ଡାକ୍ତର ଟେଡ୍‌ରସ୍‌ ଗେବ୍ରେୟେସସ୍ ମଧ୍ୟ ଅଳ୍ପ କେତୋଟି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଆଜି ଗେବ୍ରେୟେସସ୍‌ ରାଜକୋଟରେ ପହଞ୍ଚି ରାତ୍ରୀ ଯାପନ କରିବେ। ଆସନ୍ତାକାଲି ସେ ଜାମନଗର ଠାରେ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ସହ ମିଶି ‘ହୁ ଗ୍ଲୋବାଲ୍‌ ସେଣ୍ଟର୍‌ ଫର୍‌ ଟ୍ରାଡିସ୍‌ନାଲ୍‌ ମେଡିସିନ୍‌’ର (ଜିସିଟିଏମ୍‌) ଶିଳାନ୍ୟାସ କରିବେ।

 

Breaking News