Report Card Odisha

| Daily Odia News

ଭାରତ-ଆମେରିକା ମଧ୍ୟରେ ୮ ଚୁକ୍ତି ସ୍ୱାକ୍ଷରିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଗୁରୁତ୍ୱପୂର୍ଣ୍ଣ ନେଇ ଚର୍ଚ୍ଚା ହେଉଥିଲା | ଏହା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଆମେରିକାର ମୋଦିଙ୍କୁ ଭବ୍ୟ ସ୍ୱାଗତ ସହିତ ଉଚ୍ଚକୋଟିର ଆତିଥ୍ୟଚର୍ଚ୍ଚା ହୋଇଛି | ଭାରତ-ମେଆରିକା ମଧ୍ୟରେ ଏହି ଅବସରରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଆମେରିକୀୟ ସେମିକଣ୍ଡକ୍ଟର କମ୍ପାନୀ ମାଇକ୍ରନ ଗୁଜରାଟରେ ନିଜର ପ୍ଲାଣ୍ଟ ସ୍ଥାପନ କରି ୨.୭ ଅରବ ଡଲାର ନିବେଶ କରିବ । ଏକ ନୂଆ ସେମିକଣ୍ଡକ୍ଟର ଟେଷ୍ଟିଂ ଆଣ୍ଡ ପ୍ୟାକେଜିଂ ୟୁନିଟ ପାଇଁ ମାଇକ୍ରନକୁ ଭାରତରେ ନିବେଶ ପାଇଁ ମନ୍ତ୍ରିମଣ୍ଡଳ ମଞ୍ଜୁରୀ ପ୍ରଦାନ କରିଛି । ଭାରତୀୟ ରେଳବାଇ ପକ୍ଷରୁ ୟୁନାଇଟେଡ ଷ୍ଟେଟସ ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ / ଇଣ୍ଡିଆ (ୟୁଏସଏଆଇଡି / ଇଣ୍ଡିଆ) ସହିତ ଏମଓୟୁ ସ୍ୱାକ୍ଷର କରାଯାଇଛି । ଏଥିସହିତ କ୍ଲିନ ଏନର୍ଜି ଓ ଉର୍ଜା ଦକ୍ଷତା ସମାଧାନ ଉପରେ ୟୁଏସଏଆଇଡି / ଇଣ୍ଡିଆ ସହିତ ସହଯୋଗର ପରିକଳ୍ପନା କରାଯାଇଛି । ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ‘ଅର୍ଟେମିସ ଏକର୍ଡସ’ ଉପରେ ବୁଝାମଣା କରାଯାଇଛି । ଏହାଦ୍ୱାରା ଦୁଇଟି ସମାନ ବିଚାରଧାରାର ରାଷ୍ଟ୍ର ମହାକାଶ ସନ୍ଧାନ ପ୍ରସଙ୍ଗରେ ଏକସଙ୍ଗେ ଚାଲିବେ । ୨୦୨୪ରେ ଅନ୍ତର୍ଜାତୀୟ ମହକାଶ ଷ୍ଟେସନ ପାଇଁ ଏକ ମିଳିତ ମିଶନ ପାଇଁ ଇସ୍ରୋ ଓ ନାସା ଏକତ୍ର ସହମତି ପ୍ରକାଶ କରିଛନ୍ତି । ଭାରତରେ ଜିଇ ଏୟାରସ୍ପେଶ କମ୍ପାନୀର ଇଞ୍ଜିନ ନିର୍ମାଣ ପ୍ଲାଣ୍ଟ ସ୍ଥାପନ ହେବ । ଏହାପରେ ଯୁଦ୍ଧ ବିମାନ ଇଞ୍ଜିନ ମଧ୍ୟ ଭାରତରେ ତିଆରି ହେବା ଆରମ୍ଭ ହେବ । ଭାରତ ପକ୍ଷରୁ ହାଲ ଜିଓ ଏୟାରେସ୍ପେସକୁ ସହାୟତା ଯୋଗାଇବ । ଭାରତ ହାଲୁକା ଯୁଦ୍ଧ ବିମାନର ମେକ-୨ ଭାରିଆଣ୍ଟ ପାଇଁ ଇଞ୍ଜିନ ତିଆରି କରିପାରିବ । ଫଳରେ ଭାରତର ବାୟୁଶକ୍ତି ବୃଦ୍ଧି ପାଇବ । ଭାରତ-ଆମେରିକା ମିଶି ୟୁଏସ-ଇଣ୍ଡିଆ ଡିଫେନ୍ସ ଏକ୍ସିଲିରେସନ ଇକୋସିଷ୍ଟମ (ଇଣ୍ଡସ-ଏକ୍ସ) ଆରମ୍ଭ କରିବେ । ଏହି ନେଟୱାର୍କରେ ଦୁଇଦେଶର ୟୁନିଭରସିଟି, ଷ୍ଟାଟଅର୍ପ, ଇଣ୍ଡଷ୍ଟ୍ରି, ଥିଙ୍କ ଟ୍ୟାଙ୍କ ସାମିଲ ହେବେ । ଏହା ମାଧ୍ୟମରେ ପ୍ରତିରକ୍ଷା ଟେକ୍ନୋଲୋଜି ସମ୍ବନ୍ଧୀୟ ଇନୋଭେସନ ଦେଖିବାକୁ ମିଳିବ ।ଦୁଇ ଦେଶ ମଧ୍ୟରେ ଜଟିଳ ଟେକ୍ନୋଲୋଜିକୁ ସୁରକ୍ଷିତ ରଖିବା ଓ ପରସ୍ପର ମଧ୍ୟରେ ବାଣ୍ଟିବା ନେଇ ବୁଝାମଣା ହୋଇଛି । ଏଥିସହିତ ଇନିସିଏଟିଭ୍ ଅନ୍ କ୍ରିଟିକାଲ ଆଣ୍ଡ ଏମର୍ଜିଂ ଟେକ୍ନେଲୋଜି (ଆଇସିଇଟି)ର ମଧ୍ୟ ଶୁଭାରମ୍ଭ କରାଯାଇଛି । ମୋଦୀ-ବାଇଡେନ ଜେନେରାଲ ଆଟୋମିକ୍ସ ଏମକ୍ୟୁ-୯ ରିପର ସଶସ୍ତ୍ର ଡ୍ରୋନ କିଣିବା ନେଇ ମେଗା ଡିଲ୍ କରିଛନ୍ତି । ଭାରତର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଏମକ୍ୟୁ-୯ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୯ ହଜାର କୋଟିର ଏହି ବୁଝାମଣା ଫଳରେ ଭାରତକୁ ୩୦ଟି ଯୁଦ୍ଧ ବିମାନ ମିଳିବ । ଆମେରିକା ବେଙ୍ଗାଲୁରୁ ଓ ଅହମ୍ମଦାବାଦରେ ଦୁଇଟି ନୂଆ ଦୂତାବାସ ଖୋଲିବ । ଏଥିସହିତ ଭାରତୀୟଙ୍କ ମଧ୍ୟରେ ସମ୍ପର୍କକୁ ବଢ଼ାଇବା ଲକ୍ଷ୍ୟରେ ସିଏଟଲରେ ଏକ ମିଶନ ସ୍ଥାପନ କରାଯିବ । ଭାରତରେ ଗୁଗଲ ଏଆଇ ରିସର୍ଚ୍ଚ ସେଣ୍ଟର ମାଧ୍ୟମରେ ୧୦୦ରୁ ଅଧିକ ଦେଶୀୟ ଭାଷାକୁ ସମର୍ଥନ ପାଇଁ ମଡେଲ ତିଆରି କରୁଛି । ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ୧୦ ଅରବ ଡଲାରର ନିବେଶ ଜାରି ରଖିବାକୁ ଆଲୋଚନା ହୋଇଛି ।

 

 

Breaking News