Report Card Odisha

| Daily Odia News

ବଦଳି ଯାଇପାରେ ହାଇଦ୍ରାବାଦର ନାମ…..

ରିପୋର୍ଟ କାର୍ଡ / ହାଇଦ୍ରାବାଦ

ବଦଳି ଯାଇପାରେ ହାଇଦ୍ରାବାଦର ନାମ | କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମିତି କିଛି ଇସାରା କରିଛନ୍ତି । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାକାରିଣୀ ବୈଠକରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହାଇଦ୍ରାବାଦରେ ପହଞ୍ଚିଥିଲେ। ଏହି ଅବସରରେ ସେ ବିରାଟ ଜନସଭାକୁ ସମ୍ବୋଧନ କରିଥିଲେ। ମୋଦି ତାଙ୍କ ଭାସଣରେ ହାଇଦ୍ରାବାଦକୁ ‘ଭାଗ୍ୟନଗର’ କହି ସମ୍ବୋଧନ କରିଥିଲେ। ବର୍ତ୍ତମାନ ବଂଶବାଦ ରାଜନୀତିର ଅନ୍ତ ସମୟ ଅରସିଛି ବୋଲି ମୋଦି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶକୁ ଏକାଠି କରିବାର ଅଭିଯାନ ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଏହି ଭାଗ୍ୟନଗରରୁ ହିଁ ଆରମ୍ଭ କରିଥିଲେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କୁ ଟାର୍ଗେଟ କରି ମୋଦି କହିଥିଲେ ଯେ, ବଂଶବାଦ ରାଜନୀତିର ଅନ୍ତ ହେବାର ସମୟ ଆସିଛି। ଯୁବପିଢ଼ିମାନେ ବଂଶବାଦର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପରିବାରବାଦ ରାଜନୀତି ଏବଂ ବଂଶବାଦ ରାଜନୈତି ଦଳ ପ୍ରତି ଦେଶବାସୀ ଏକଦମ ବୀତସ୍ପୃହ। ଏହି ଦଳମାନେ ତିଷ୍ଟିବା ଅତି କଷ୍ଟକର। ଯେଉଁ ଦଳ ଦୀର୍ଘ ବର୍ଷ ଧରି କ୍ଷମତାରେ ରହି ଶାସନ କରିଆସୁଥିଲେ ବର୍ତ୍ତମାନ ତାହା ପତନାଭିମୁଖୀ। ଆମେ ସେମାନଙ୍କୁ ଉପହାସ ନୁହେଁ ବରଂ ସେମାନଙ୍କ ଭୁଲରୁ ଶିଖିବା ଉଚିତ ବୋଲି ମୋଦି କହିଥିଲେ। ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ପ୍ରଧାନମନ୍ତ୍ରୀ ହାଇଦ୍ରାବାଦକୁ ଭାଗ୍ୟନଗର କହି ସମ୍ଵୋଧିତ କରିଛନ୍ତି, ଯାହା ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵ ବହନ କରୁଛି। ସର୍ଦ୍ଦାର ପଟେଲ୍ ଅଖଣ୍ଡ ଭାରତର ମୂଳଦୁଆ ପକାଇଥିଲେ। ଏହାକୁ ଆଗକୁ ନେବାର ଦାୟିତ୍ଵ ବିଜେପିର । ବିଜେପିର ଇତିହାସ ବିକାଶର ଯାତ୍ରା, ଓ ଭବିଷ୍ୟତ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ମୋଦି।

 

Breaking News