ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର ଠାରୁ ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ଶାସନର ତୃତୀୟ ପାଳିରେ ମୋଦି ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀର ଗସ୍ତରେ ଯାଉଛନ୍ତି। ଏହି ଅବସରରେ ମୋଦି ଜମ୍ମୁ-କଶ୍ମୀରରେ ଯୋଗ କରିବେ। ଜୁନ ୨୧ ହେଉଛନ୍ତି ଅନ୍ତର୍ଜାତୀୟ ଯୋଗ ଦିବସ। ମୋଦି ସେହି ଦିନ ଯୁବଗୋଷ୍ଠୀଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ନିକଟରେ ସମଗ୍ର ଦେଶ ସମେତ ଜମ୍ମୁ-କଶ୍ମୀରରେ ସାଧାରଣ ନିର୍ବାଚନ ଶେଷ ହୋଇଛି। ସେହିପରି ଆଗକୁ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ତେଣୁ ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଜମ୍ମୁ ଅଞ୍ଚଳରେ ସିରିଜ ଟେରର ଆଟାକ ହେବାର ଲାଗିଛି। ଏପରି ସ୍ଥିତିରେ ମୋଦି ଜମ୍ମୁ-କଶ୍ମୀର ଗସ୍ତ କରୁଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..