Report Card Odisha

| Daily Odia News

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତୃଟି ପାଇଁ ଏସପି ନିଲମ୍ବିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତୃଟି ପାଇଁ ଭଟିଣ୍ଡା ଏସପି ନିଲମ୍ବିତ ହୋଇଛନ୍ତି। ୨୦୨୨ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ସୁରକ୍ଷାରେ ତୃଟି ନେଇ ଡ୍ୟୁଟିରେ ଥିବା ପୋଲିସ ଅଧୀକ୍ଷକ ଗୁରୁବିନ୍ଦର ସିଂହଙ୍କୁ ନିଲମ୍ବିତ କରାଯାଇଛି। ଘଟଣା ସମୟରେ ଗୁରୁବିନ୍ଦର ସିଂହ ଫିରୋଜପୁର ଏସ୍‌ପି ଦାୟିତ୍ୱରେ ଥିଲେ। ଏହି ଘଟଣା ପରେ କଡା ତଦନ୍ତ ଆରମ୍ଭ କରାଯାଇଥିଲା |ଗତ ବର୍ଷ ଘଟିଥିବା ମାମଲାରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପଞ୍ଜାବ ଡିଜିପିଙ୍କ ରିପୋର୍ଟ ଅନୁଯାୟୀ, ଗୁରୁବିନ୍ଦର ସିଂହଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ନିଳମ୍ବନ କରାଯାଇଛି।

Breaking News