Report Card Odisha

| Daily Odia News

ଶ୍ରମିକଙ୍କ ସହିତ ଖାଇଲେ ପ୍ରଧାନମନ୍ତ୍ରୀ ମୋଦି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ ବିଶ୍ୱନାଥ କରିଡରର ଉଦଘଟାନ କରିଛନ୍ତି | ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ କରିଥିବା ଶ୍ରମିକଙ୍କ ଉପରେ ଫୁଲବର୍ଷା କରିବା ସହିତ ସେମାନଙ୍କ ସହିତ ଏକାଠି ବସି ଭୋଜନ କରିଛନ୍ତି। ଏବେ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ପ୍ରଧାନମନ୍ତ୍ରୀ ବାବା ବିଶ୍ୱନାଥଙ୍କ ପୂଜାର୍ଚ୍ଚନା କରିଥିଲେ। ବିଶ୍ୱନାଥ ଧାମରେ ପହଞ୍ଚିବା ପୂର୍ବରୁ ମୋଦି ପ୍ରଭୁ କାଳ ଭୈରବଙ୍କ ପୂଜାର୍ଚ୍ଚନା କରିଥିଲେ। ଏଠାରେ ବାବା ବିଶ୍ୱନାଥଙ୍କ ଇଛା ବିନା କିଛି ହୁଏ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କରିଡର ନିର୍ମାଣରେ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୩୩ ମାସ ସମୟ ଲାଗିଥିଲା।

 

Breaking News