Report Card Odisha

| Daily Odia News

ହାତୀ ପିଠିରେ ବସି ବୁଲିଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସାମର କାଜିରଙ୍ଗ ପାର୍କ ପରିଦର୍ଶନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭିନ୍ନ ଅନ୍ଦାଜ ସାମ୍ନାକୁ ଆସିଛି। ହାତରେ କ୍ୟାମେରା, ମୁଣ୍ଡରେ କ୍ୟାପ୍‌ ଲଗାଇ ଭିନ୍ନ ଲୁକ୍‌ରେ ନଜର ଆସିଲେ ମୋଦି। ହାତୀ ଉପରେ ବସି ବୁଲିଛନ୍ତି । ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେଇଛନ୍ତି | ଆଜି ସକାଳୁ ସକାଳୁ ମୋଦି କାଜିରଙ୍ଗା ନ୍ୟାସନାଲ ପାର୍କ ଆଣ୍ଡ ଟାଇଗର ରିଜର୍ଭରେ ପହଞ୍ଚିଥିଲେ। କାଜିରଙ୍ଗାକୁ ମୋଦୀଙ୍କ ଏହା ପ୍ରଥମ ଗସ୍ତ। ଏହି ସମୟରେ ମୋଦି ହାତୀ ପଠିରେ ବସିଛନ୍ତି। କେବଳ ସେତିକି ନୁହେଁ ହାତୀକୁ ଆଖୁ ମଧ୍ୟ ଖୁଆଇଥିଲେ। ଏଥିସହ ଜିପ୍‌ରେ ବସି ଜଙ୍ଗଲ ସଫାରୀ ପରିଭ୍ରମଣ କରିଛନ୍ତି ମୋଦି।କାଜିରଙ୍ଗା ଅଭୟାରଣ୍ୟରେ ପ୍ରାୟ ଦୁଇ ଘଣ୍ଟା ରହିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ କାଜିରଙ୍ଗା ପାର୍କର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଥିଲେ।ଗତକାଲିଠାରୁ ମୋଦି କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହିଥିଲେ। ଆସାମ ଗସ୍ତ ପରେ ମୋଦି ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି।

Breaking News