ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ୧୮ତମ ଲୋକସଭାର ଉଦଘାଟନୀ ଅଧିବେଶନ ଆରମ୍ଭ ହୋଇଛି | ଲୋକସଭାର କାମଚଳା ବାଚସ୍ପତି ଭାବେ ଭତ୍ତୃହରି ମହତାବ ଶପଥ ନେବା ପରେ ସାଂସଦ ଙ୍କୁ ଶପଥ କରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ସାଂସଦ ଭାବେ ଶପଥ ନେଇଛନ୍ତି। ବାଚସ୍ପତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଛନ୍ତି। ସୂଚନା ଅନୁସାରେ- ପ୍ରଥମ ଅଧିବେଶନ ଆରମ୍ଭ ପୂର୍ବରୁ ସାଂସଦ ତଥା ଦେଶବାସୀଙ୍କ ପ୍ରତି ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି, ‘ ବିକଶିତ ଭାରତର ଲକ୍ଷ୍ୟର ସଙ୍କଳ୍ପ ନେଇ ଆଜି ୧୮ ତମ ଲୋକସଭାର ପ୍ରାରମ୍ଭ ହେଉଛି । ଚଳିତ ନିର୍ବାଚନ ବିଶ୍ୱର ସବୁଠୁ ବଡ଼ ନିର୍ବାଚନ, ସାନଦାର ଭାବେ ଗୌରବମୟ ଭାବେ ସମ୍ପନ୍ନ ହୋଇଛି । ଏହା ୧୪୦ କୋଟି ଦେଶବାସୀଙ୍କ ପାଇଁ ଗର୍ବର କଥା । ଏଥିରେ ୬୫ କୋଟିରୁ ଅଧିକ ଭୋଟର ଭାଗ ନେଇଛନ୍ତି। ‘ଏହି ନିର୍ବାଚନ ଏଥିପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ, ସ୍ୱାଧୀନତା ପରେ ଦ୍ୱିତୀୟ ଥର କୌଣସି ସରକାରଙ୍କୁ ଲଗାତାର ତୃତୀୟ ଥର ସେବା କରିବାକୁ ଜନତା ସୁଯୋଗ ଦେଇଛନ୍ତି । ଏହି ସୁଯୋଗ ୬୦ ବର୍ଷ ପରେ ଆସିଛି । ଏହା ସାରା ବିଶ୍ୱରେ ଦେଶ ପାଇଁ ଗୌରବର କଥା । ଯେବେ ଦେଶର ଜନତା ତୃତୀୟ ଥର ପାଇଁ ଏହି ସରକାର ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏହାର ଅର୍ଥ ସରକାରଙ୍କ ସମର୍ପଣ ଭାବ, ନୀତି , ନିୟତି ଉପରେ ଲୋକେ ମୋହର ଲଗାଇଛନ୍ତି’ ଏଥିପାଇଁ ମୋଦୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହ ଦାୟିତ୍ୱବାନ ହେବାକୁ ବିରୋଧୀ ଦଳକୁ ଅପିଲ୍ କରିଛନ୍ତି ମୋଦି। ସଂସଦର ଗାରିମା ବଜାୟ ରଖିବାକୁ ସେ କହିଛନ୍ତି। ଆମେ ସମସ୍ତଙ୍କୁ ନେଇ ସମ୍ବିଧାନର ସୀମା ଅନୁସରଣ କରି ନିଷ୍ପତ୍ତିଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛୁ। ଯଦି ବିରୋଧୀ ଏଥିରେ ସହମତ ନ ହୁଅନ୍ତି ତେବେ ବିକାଶ ବାଧାପ୍ରାପ୍ତ ହେବ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..