ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକ ସଭା ପରେ ଆଜି ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ବିରୋଧୀ କଂଗ୍ରେସ କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ସଂସଦରେ ଜବାହରଲାଲ ନେହରୁଙ୍କୁ ବିତର୍କ କୁ ଟାଣି ସମାଲୋଚନା କରିଛନ୍ତି। ମୋଦି କହିଛନ୍ତି ଯେତେ କାଦୁଅ ଫୋପାଡିବ ସେତେ ପଦ୍ମ ଫୁଟିବ | ଯଦି ନେହରୁ ଏତେ ବଡ଼ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ତେବେ ତାଙ୍କ ପରିବାର ଲୋକେ କାହିଁକି ‘ନେହରୁ’ ସରନେମ ରଖିଲେ ନାହିଁ। ଆଜି ରାଜ୍ୟ ସଭାରେ ନିଜ ଅଭିଭାଷଣ ବେଳେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । ମୋଦି କହିଛନ୍ତି ଯେ, ବର୍ତ୍ତମାନ ସରକାରଙ୍କ କିଛି ଯୋଜନାରେ ନାମକୁ ନେଇ ଆପତ୍ତି ଉଠାଯାଉଛି। କୁହାଯାଉଛି ନାମରେ କିଛି ସଂସ୍କୃତି ଛାପ ରହୁଛି। ଏଥିରେକି କିଛି ଲୋକଙ୍କୁ ସମସ୍ୟା ହେଉଛି। ମୋଦି କହିଛନ୍ତି ଯେ, ମୁଁ କୌଣସି ଏକ ଖବରକାଗଜରେ ପଢ଼ିଥିଲି ସରକାରଙ୍କ ୬୦୦ ଯୋଜନା କେବଳ ଗାନ୍ଧି ପାରିବାର ନାମରେ ଅଛି। ଯଦି କୌଣସି କାର୍ଯ୍ୟକ୍ରମରେ ନେହରୁଙ୍କ ନାମରେ ଉଲ୍ଲେଖ ନାହିଁ କିଛି ଲୋକଙ୍କ କେଶ ଠିଆ ହୋଇଯାଏ। ତାଙ୍କର ରକ୍ତ ଗରମ ହୋଇଯାଏ। କାହିଁକି ନେହରୁଙ୍କ ନାମ ଉଲ୍ଲେଖ ହେଲା ନାହିଁ। ମୋଦି କହିଛନ୍ତି ଯେ, ମୋତେ ଖୁବ ଆଶ୍ଚର୍ଯ୍ୟ କରିଛି , ହୁଏତ ଆମ ଦ୍ୱାରା ନେହରୁଙ୍କ ନାମ ଖସିଯାଉଛି , ଯଦି ଖସିଯାଉଛି ତେବେ ଆମେ ଠିକ୍ କରିଦେବୁ । କାହିଁକି ନା ସେ ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। କିନ୍ତୁ ମୁଁ ବୁଝିପାରୁ ନାହିଁ ତାଙ୍କ ପରିବାର, ତାଙ୍କ ପିଢ଼ିର କୌଣସି ବ୍ୟକ୍ତି ନେହରୁ ସରନେମ ରଖିବାକୁ କାହିଁକି ଭୟ କରୁଛନ୍ତି। କାହିଁକି ସେମାନେ ନିଜକୁ ଲଜ୍ଜିତ ଅନୁଭବ କରୁଛନ୍ତି। ନେହରୁ ସରନେମ ରଖିବାକୁ ଏତେ ଦ୍ୱିଧା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଏତେ ବଡ଼ ମହାନ ବ୍ୟକ୍ତିତ୍ୱଙ୍କୁ ଯଦି ଆପଣଙ୍କୁ ମଞ୍ଜୁର ନାହିଁ, ପରିବାରକୁ ମଞ୍ଜୁର ନାହିଁ ଏବେ ଆପଣ ଆମକୁ ହିସାବ ମାଗୁଛନ୍ତି କହି ମୋଦି କଂଗ୍ରେସକୁ କଟାକ୍ଷ କରିଛନ୍ତି |






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..