ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ସଂସଦରେ ଧନ୍ୟବାଦ ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ଜବାବ ରଖିଛନ୍ତି । ଏହି ଅବସରରେ ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି । ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଆଦାନି ପ୍ରସଙ୍ଗ ସହ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେପିକୁ ଘେରିଥିଲେ। ଆଜି ପ୍ରଧାନମନ୍ତ୍ରୀ ପାଲଟା ଜବାବ ଦେଇ କଂଗ୍ରେସର ଅମଳର ଦୁର୍ନୀତି ସବୁଠାରୁ ବଡ଼ ଏବଂ ଭୟଙ୍କର ବୋଲି କହିଛନ୍ତି । ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଧନ୍ୟବାଦ ପ୍ରସ୍ତାବ ଉପରେ ବିଜେପି ବିରୋଧରେ ଜୋରଦାର ହମଲା କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ କହଛନ୍ତି ଯେ, ୟୁପିଏ ଅମଳର ଶାସନ ଦେଶକୁ ବରବାଦ କରିଛି। ୨୦୦୪ରୁ ୨୦୧୪ ମଧ୍ୟରେ ୟୁପିଏର ୧୦ ବର୍ଷ ଶାସନ ଦୁର୍ନୀତି ଏବଂ ହିଂସାର ସମୟ ଥିଲା। ଦେଶରେ ସଙ୍କଟ ପରିସ୍ଥିତି ସୃଷ୍ଟି କରିବା ୟୁପିଏର କାର୍ଯ୍ୟ ଥିଲା। କଂଗ୍ରେସ ଉପରେ ଆକ୍ରମଣ କରି ମୋଦି କହିଛନ୍ତି ଯେ, ୨୦୦୪ରୁ ୨୦୧୪ ମଧ୍ୟରେ ଦେଶରେ ମୁଦ୍ରାସ୍ପୀତି ହାର ଅଧିକ ଥିଲା। ଅବସ୍ୟ ଏବେ କିଛି ଲୋକ ବିକାଶ ଦେଖି ପାରୁନାହାନ୍ତି। ସେମାନେ ବେକାରୀ ଉଚ୍ଛେଦ ପାଇଁ ପ୍ରତିଜ୍ଞା କରିଥିଲେ। କିନ୍ତୁ ଭାରତୀୟ ସ୍ୱାଧୀନତାର ସବୁଠାରୁ ଦୁର୍ନୀତିଗ୍ରସ୍ତ ଦଶନ୍ଧି ଥିଲା ବୋଲି ମୋଦି କହିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ, ସେ ଗଠନମୂଳକ ସମାଲୋଚନାକୁ ଭଲ ପାଆନ୍ତି । ଗଣତନ୍ତ୍ରରେ ଏହା ଭଲ । କିନ୍ତୁ ମୁଁ ଭଲ ସମାଲୋଚନାକୁ ଅପେକ୍ଷା କରିଥିବାବେଳେ କେବଳ ଅଭିଯୋଗ ହିଁ କରାଯାଉଛି । ଗତକାଲି କିଛି ଲୋକ ଖୁସିରେ ଡେଇଁ ପଡ଼ିଥିଲେ। ସେ କହିଛନ୍ତି ଯେ ଗତକାଲି କିଛି ଲୋକ କହୁଥିଲେ ଏବଂ ସମଗ୍ର ଇକୋସିଷ୍ଟମ୍ ଡେଇଁ ପଡୁଥିଲା । ଗତକାଲି ତାଙ୍କର ନିଦ ଭଲ ହୋଇଥିବ ଏବଂ ଆଜି ସେ ବୋଧହୁଏ ଉଠି ପାରିନଥିବେ। ପିଏମ ମୋଦୀ କହିଛନ୍ତି ଯେ କିଛି ଲୋକ ଏପରି ମଧ୍ୟ କହୁଛନ୍ତି ଯେ ଏହା ଘଟିନାହିଁ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କିଛି ଲୋକ ଦେଶର ପ୍ରଗତିକୁ ଗ୍ରହଣ କରିପାରୁନାହାନ୍ତି। ସେମାନେ ଭାରତର ଅଗ୍ରଗତି ଦେଖୁନାହାନ୍ତି। ୧୪୦ କୋଟି ଲୋକଙ୍କ ପ୍ରୟାସ ଓ ଶକ୍ତିର ଫଳ ସେମାନେ ଦେଖୁନାହାନ୍ତି। ଆଜି ବିଶ୍ୱ ଭାରତର ସମୃଦ୍ଧିରେ ନିଜର ସମୃଦ୍ଧି ଦେଖୁଛି । କିନ୍ତୁ ଏହା ପରେ ବି କିଛି ଲୋକ ନିରାଶାରେ ବୁଡ଼ି ରହିଛନ୍ତି।
ଅତୀତରେ ଅନେକ ଥର ରାଷ୍ଟ୍ରପତିଦେଇଥିବା ଭାଷଣ ପାଇଁ ଧନ୍ୟବାଦ ଜଣାଇବାର ସୁଯୋଗ ପାଇଥିବାରୁ ସେ ଭାଗ୍ୟବାନ। କିନ୍ତୁ ଏଥର ମୁଁ ମଧ୍ୟ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ସେ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରୁଛନ୍ତି। ତାଙ୍କ ଉପସ୍ଥିତି ଆଦିବାସୀ ସମାଜର ଗୌରବ ବୃଦ୍ଧି କରିଛି। କିନ୍ତୁ ଯେତେବେଳେ ରାଷ୍ଟ୍ରପତିଙ୍କ ଭାଷଣ ହେଉଥିଲା ସେତେବେଳେ କିଛି ଲୋକ ବର୍ଜନ କରିଥିଲେ ଏବଂ ଜଣେ ବଡ଼ ନେତା ମଧ୍ୟ ରାଷ୍ଟ୍ରପତିଙ୍କୁ ଅପମାନିତ ମଧ୍ୟ କରିଥିଲେ । ଆଦିବାସୀ ସମ୍ପ୍ରଦାୟ ପ୍ରତି ଘୃଣା ଓ ସେମାନଙ୍କ ପ୍ରତି ସେମାନଙ୍କର ଚିନ୍ତାଧାରା କ’ଣ ତାହା ମଧ୍ୟ ଦେଖିବାକୁ ମିଳିଛି। ଟିଭିରେ ଏଭଳି କଥା କହିବା ପରେ ଭିତରେ ଘୃଣାଭାବ ପ୍ରକାଶ ପାଇଥିଲା।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..