ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମା ଉନ୍ମୋଚିତ ହୋଇଛି। ନେତାଜୀଙ୍କ ଗ୍ରାନାଇଟ ନିର୍ମିତ ପୂର୍ଣ୍ଣ ଅବୟବ ପ୍ରତିଷ୍ଠା ପର୍ଯ୍ୟନ୍ତ ଶୋଭାପାଇବ ହୋଲୋଗ୍ରାମ ପ୍ରତିମା। ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମା ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କାର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସୁଭାଷ ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ପ୍ରଦାନ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯, ୨୦୨୦,୨୦୨୧ ଓ ୨୦୨୨ ପାଇଁ ସୁଭାଷ ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ପ୍ରଦାନ କରିଛନ୍ତି।






More Stories
ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ……
ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ…..
ଅଖିଳେଶଙ୍କୁ ଭାଜପା ନେତାଙ୍କ ଚେତାବନୀ…..