Report Card Odisha

| Daily Odia News

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୨୯୧ ଆକ୍ରାନ୍ତ ଚିହ୍ନଟ,୫ମୃତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୨୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୨୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୩୦୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଏହାରି ମଧ୍ୟରେ ୦ରୁ ୧୮ ବୟସ୍କଙ୍କ ମଧ୍ୟରେ ୯୫୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଆଜିର ସଂକ୍ରମଣ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୧୧ ହଜାର ୯୫୧କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧,୭୦୫ ଜଣ ଚିହ୍ନଟ ହୋଇଥିବାବେଳେ, ଅନୁଗୁଳରୁ ୧୮୩ , ବାଲେଶ୍ୱରରୁ ୩୪୩ , ବରଗଡ଼ରୁ ୧୩୦, ଭଦ୍ରକରୁ ୯୭ , ବଲାଙ୍ଗିରରୁ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧରୁ ୫୫ , କଟକରୁ ୫୬୧ , ଦେବଗଡ଼ରୁ ୬୨, ଢେଙ୍କାନାଳରୁ ୯୬ , ଗଜପତିରୁ ୯୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଠିକ୍‌ ସେହିପରି ଗଂଜାମରୁ ୫୦, ଜଗତସିଂହପୁରରୁ ୧୨୧ , ଯାଜପୁରରୁ ୨୦୩ , ଝାରସୁଗୁଡ଼ାରୁ ୮୩, କଳାହାଣ୍ଡିରୁ ୧୭୩ , କନ୍ଧମାଳରୁ ୯୮ ଓ କେନ୍ଦ୍ରାପଡ଼ାରୁ ୧୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେବଳ ଏତିକି ନୁହେଁ କେନ୍ଦୁଝରରୁ ୧୩୨, କୋରାପୁଟରୁ ୧୧୧, ମାଲକାନଗିରିରୁ ୫୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୟୂରଭଂଜରୁ ୨୨୯ , ନବରଙ୍ଗପୁରରୁ୧୮୪, ନୟାଗଡରୁ ୧୯୨ , ନୂଆପଡ଼ାରୁ ୧୬୦ , ପୁରୀରୁ ୧୧୬, ରାୟଗଡ଼ାରୁ ୨୯୫ , ସମ୍ବଲପୁରରୁ ୧୭୬ , ସୋନପୁରରୁ ୨୮୨ , ସୁନ୍ଦରଗଡରୁ ୬୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୩୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପରି ଆଜି ୫ଜଣଙ୍କର କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି । ଖୋର୍ଦ୍ଧା, କଟକ, ବାଲେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, କେନ୍ଦୁଝର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୮ହଜାର ୫୨୫ରେ ପହଞ୍ଚିଛି । ନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Breaking News