ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ କଥାବାର୍ତ୍ତା ହେବ। ରବିବାର ହ୍ବାଇଟ୍ ହାଉସର ଘୋଷଣା ଅନୁଯାୟୀ ଭାରତ-ଆମେରିକା ମଧ୍ୟରେ ୨+୨ ଆଲୋଚନା ପୂର୍ବରୁ ମୋଦୀ ଓ ବାଇଡେନଙ୍କ ମଧ୍ୟରେ ଆଭାସୀ ମାଧ୍ୟମରେ କଥାବାର୍ତ୍ତା ହେବ ନେଇ ସୂଚନା ମିଳିଛି । ସୋମବାର ଠାରୁ ଦୁଇ ଦେଶର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀସ୍ତରରେ ୨+୨ କଥାବାର୍ତ୍ତା ହେବ। ଏଥିପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିଜର ପ୍ରତିନିଧିଙ୍କ ସହିତ ୱାଶିଂଟନରେ ପହଞ୍ଚି ସାରିଛନ୍ତି। ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଭାରତ ଓ ଆମେରିକା ସମ୍ପର୍କରେ ତିକ୍ତତା ଦେଖାଯାଇଛି। ଯୁଦ୍ଧରେ ୟୁକ୍ରେନର ପକ୍ଷ ନେଇ ଆମେରିକା ରୁଷ୍ ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇଥିବାବେଳେ ଭାରତ ନିରପେକ୍ଷ ଭୂମିକା ନିର୍ବାହ କରିଛି। ରୁଷ୍ ଉପରେ କଟକଣା ପାଇଁ ଭାରତ ଉପରେ ଆମେରିକା ବାରମ୍ବାର ଚାପ ପକାଇ ଚାଲିଛି ମାତ୍ର ନୂଆଦିଲ୍ଲୀ ଏହାକୁ ବେଖାତିର କରିଚାଲିଛି। ଏପରିକି ଯୁଦ୍ଧକୁ ନେଇ ଭାରତ ଉପରେ କଟକଣା ଲଗାଇବାକୁ ଆମେରିକା ଧମକ ଦେଇଛି। ଯୁଦ୍ଧକୁ ନେଇ ରୁଷ୍ ବିରୋଧରେ ଜାତିସଂଘରେ ଆମେରିକା ବିଭିନ୍ନ ପ୍ରସ୍ତାବ ଆଗତ କରିଥିବାବେଳେ ଭାରତ ଏହାର ମତଦାନରୁ ଦୂରେଇ ରହିଛି। ତେଣୁ ଆସନ୍ତାକାଲି ମୋଦୀ-ବାଇଡେନଙ୍କ କଥାବାର୍ତ୍ତା ପରେ ଦୁଇ ଦେଶର ଭବିଷ୍ୟତ ଆକଳନ କରାଯିବ।
More Stories
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….