ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚ୍ୟୁଆଲ୍ ଜରିଆରେ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳର ଶୁଭାରମ୍ଭ କରିବା ସହିତ କେତେକ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ମା ହୀରାବେନ୍ଙ୍କ ଶେଷକୃତ୍ୟ ସମ୍ପନ୍ନ କରି ମୋଦୀ ପୂର୍ବ-ନର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହିକାର୍ଯ୍ୟ କ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ହାୱଡ଼ାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହା ହେଉଛି ପଶ୍ଚିମବଙ୍ଗର ପ୍ରଥମ ଏବଂ ଦେଶର ସପ୍ତମ ବନ୍ଦେ ଭାରତ ଏକ୍ସ୍ପ୍ରେସ୍ ଚଳାଚଳ। ପ୍ରଧାନମନ୍ତ୍ରୀ ପତାକା ହଲାଇ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଶୁଭାରମ୍ଭ କରିବା ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ସମବେଦନା ଜଣାଇ କହିଥିଲେ, ଆମକୁ ଏହି ସୁଯୋଗ ଦେଇଥିବାରୁ ପଶ୍ଚିମବଙ୍ଗବାସୀଙ୍କ ପକ୍ଷରୁ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି। ଆଜି ଦିନଟି ଆପଣଙ୍କ ପାଇଁ ଦୁଃଖଦାୟକ। ଆପଣଙ୍କ ମାଆ ଅର୍ଥ ଆମର ମଧ୍ୟ ମାଆ। ଆଜି ମୁଁ ମଧ୍ୟ ମୋ ମାଆଙ୍କ କଥା ସ୍ମରଣ କରୁଛି। ମାତାଙ୍କର ବିକଳ୍ପ ନାହିଁ। କାର୍ଯ୍ୟ ଚାଲୁ ରଖିବା ଲାଗି ଈଶ୍ବର ଆପଣଙ୍କୁ ଶକ୍ତି ଦିଅନ୍ତୁ। ଏଭଳି ବିୟୋଗାନ୍ତ ଘଟଣା ଯୋଗୁଁ ଆଜିର କାର୍ଯ୍ୟକ୍ରମ କାଣ୍ଟଛାଣ୍ଟ କରି ଆପଣ ବିଶ୍ରାମ ନିଅନ୍ତୁ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……