Report Card Odisha

| Daily Odia News

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ସକାଳେ ମହାପ୍ରଭୂଙ୍କ ଦର୍ଶନ କରିବା ପରେ ସକାଳ ୮ଟାରେ ରୋଡ୍ ଶୋ କରିବେ ମୋଦୀ। ତାପରେ ଅନୁଗୁଳଠାରେ ସକାଳ ୯ଟା ୩୦ରେ ବିରାଟ ଜନସଭା କରିବା ସହ କଟକରେ ଦିନ ସାଢେ ୧୧ଟାରେ ଜନ ସମାବେଶ କରିବେ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ସାଧାରଣ ଲୋକଙ୍କ ପାଇଁ ଟ୍ରାଫିକ୍ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି। ସୁରକ୍ଷା ଦାୟିତ୍ଵରେ ୪ ଉପାୟୁକ୍ତ, ୧୮ ଏସିପି, ୪୦ ଆଇଆଇସି, ୧୫୦ ବରିଷ୍ଠ ପୋଲିସ ଅଧିକାରୀ , ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ। ସେପଟେ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରେଢାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Breaking News