Report Card Odisha

| Daily Odia News

ଜଟାୟୁଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବ | ଏହା ପୂର୍ବରୁ ଆଜି ଜଟାୟୁ (ଗରୁଡ)ଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆନ୍ଧ୍ରପ୍ରଦେଶର ଲେପାକ୍ଷୀରେ ଜଟାୟୁଙ୍କର ଏହି ମନ୍ଦିର ରହିଛି, ଯାହା ବୀରଭଦ୍ର ମନ୍ଦିର ନାମରେ କ୍ଷାତ। ଲେପାକ୍ଷୀ ସେହି ସ୍ଥାନ ବୋଲି ବିଶ୍ୱାସ କରାଯାଏ, ଯେଉଁଠାରେ ରାବଣ ମାତା ସୀତାଙ୍କୁ ଅପହରଣ କରି ନେଇଯିବା ସମୟରେ ଜଟାୟୁ ତାଙ୍କୁ ପିଛା କରି କରି ଯାଇଥିଲା। ପ୍ରଭୁ ରାମ ଯେତେବେଳେ ଦେବୀ ସୀତାଙ୍କୁ ଖୋଜି ସେଠାରେ ପହଞ୍ଚିଥିଲେ, ଜଟାୟୁ ଅପହରଣ ବାବଦରେ ପ୍ରଭୁ ରାମଙ୍କୁ ସୂଚନା ଦେଇ ସେହିଠାରେ ପ୍ରାଣ ହରାଇଥିଲା। ଉକ୍ତ ସ୍ଥାନରେ ପ୍ରଭୁ ରାମ ଜଟାୟୁଙ୍କୁ ମୋକ୍ଷ ପ୍ରଦାନ କରିଥିଲେ ବୋଲି କୁହାଯାଏ। ପୌରାଣିକ କିମ୍ବଦନ୍ତୀ ଅନୁସାରେ, ସେହି ସ୍ଥାନରେ ହିଁ ଜଟାୟୁଙ୍କ ମନ୍ଦିର ସ୍ଥାପନ ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ଆଉ ମାତ୍ର କିଛି ଦିନ ଥିବାବେଳେ ପ୍ରଧାନମନ୍ତ୍ରୀ ଜଟାୟୁଙ୍କ ଦର୍ଶନ କରିଛନ୍ତି।

Breaking News