Report Card Odisha

| Daily Odia News

୧୫ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ଭୁବନେଶ୍ୱର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଓଡ଼ିଶା ଗସ୍ତରେ ଆସିବେ। ସେ ଆସନ୍ତା ୧୫ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଉରକେଲାରେ ଆୟୋଜିତ ‘ଜନଜାତି ଗୌରବ ଦିବସ’ କାର୍ଯ୍ୟକ୍ରମରେ ଯୋଗ ଦେବେ। ନଭେମ୍ବର ୧୫ ତାରିଖରେ ପଡ଼ୁଛି ସହିଦ ବୀରସା ମୁଣ୍ଡାଙ୍କ ଜନ୍ମତିଥି। ଏହି ଦିନ ଜନଜାତି ଗୌରବ ଦିବସ ପାଳିତ ହେବ। ଏହି ଏକ ବର୍ଷବ୍ୟାପୀ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଏହା ୧୫ରୁ ଆରମ୍ଭ ହୋଇ ଏକ ବର୍ଷ ଯାଏ ଚାଲିବ। ତାଙ୍କର ସୂଚନା ଅନୁଯାୟୀ, ନଭେମ୍ବର ୧୫ ତାରିଖରେ ପଡ଼ୁଛି ସହିଦ ବୀରସା ମୁଣ୍ଡାଙ୍କ ଜନ୍ମତିଥି। ଏହି ଦିନ ଜନଜାତି ଗୌରବ ଦିବସ ପାଳିତ ହେବ। ଏହି ଏକ ବର୍ଷବ୍ୟାପୀ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଏହା ୧୫ରୁ ଆରମ୍ଭ ହୋଇ ଏକ ବର୍ଷ ଯାଏ ଚାଲିବ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷଥର ଲାଗି ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବାକୁ ଭୁବନେଶ୍ବର ଆସିଥିଲେ।

Breaking News
ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ, ୨ ଯୁବକ ଥାନାରେ ଅଟକ .  ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ ମହିଳା . ମହାନଦୀରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର . ବିଜେଡି ନେତା ଏନ୍‌.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ ଗିରଫ ପରୱାନା ଜାରି. ରାଜ୍ୟରେ ୧୫ରୁ ବଢିବ ଶୀତ . ଭରତପୁର ଥାନା ମାମଲା : ଆସିଲା ପଲିଗ୍ରାଫ୍‌ ପରୀକ୍ଷା ରିପୋର୍ଟ . ଟ୍ରେଡିଂ ଆପ୍‌ ପାଇଁ ଟ୍ରେନ୍‌ ଆଗକୁ ଡେଇଁଲେ ଯୁବକ . ଝାମ୍ପି ନେଲେ ସୁନା ଚେନ . ଓଲଟିଲା ପିଆଜ ବୋଝେଇ ଟ୍ରକ୍. ଆଜିଠାରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି' . ଭୁବନେଶ୍ୱରରେ ୱାକଫ୍ ବୋର୍ଡ ସଂସଦୀୟ ଯୁଗ୍ମ କମିଟି ବୈଠକ . ପୋଲିସ ପୋଷାକରେ ଡକାୟତି, ୩ ଗିରଫ . ଶ୍ରୀକ୍ଷେତ୍ରରେ ଆଜିଠୁ ମହାପଞ୍ଚୁକ ବ୍ରତ . ୟୁଟ୍ୟୁବରେ ବିଧାୟକଙ୍କୁ ଆକ୍ଷେପ କରୁଥିଲେ, ବନ୍ଧା ହେଲେ ଯୁବକ . ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ . ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ .