Report Card Odisha

| Daily Odia News

ସୋନିଆଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ବର୍ଷୀୟାନ୍‌ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ୭୭ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ‘ଏକ୍ସ୍‌’ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଲେଖିଛନ୍ତି: ଜନ୍ମଦିନରେ ସୋନିଆ ଗାନ୍ଧୀଜୀଙ୍କୁ ଆନ୍ତରିକ ଶୁଭେଚ୍ଛା । ତାଙ୍କର ଜୀବନ ଦୀର୍ଘ ଓ ନିରାମୟ ହେଉ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ, କେ. ସି. ବେଣୁଗୋପାଳ, ଶଶି ଥରୁର୍‌ ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଖଡ୍‌ଗେ କହିଛନ୍ତି ଯେ, ନିଷ୍ପେଷିତମାନଙ୍କ ଅଧିକାର ସପକ୍ଷରେ ସୋନିଆ ଗାନ୍ଧୀ ନିରବଚ୍ଛିନ୍ନ ଦାବି କରି ଆସୁଛନ୍ତି। ‘ଏକ୍ସ୍‌’ କରି ସେ ଲେଖିଛନ୍ତି: ସ‌ାହସ, ଦୃଢ଼ତା ଓ ନିଃସ୍ବାର୍ଥ ତ୍ୟାଗ ସହିତ ପ୍ରତିକୂଳ ପରିସ୍ଥିତର ସମ୍ମୁଖୀନ ହେଉଥିବା ବେଳେ ନିଷ୍ପେଷିତମାନଙ୍କର ଅଧିକାର ନିମନ୍ତେ ନିରବଚ୍ଛିନ୍ନ ଦାବି କରୁଥିବା ସୋନିଆ ପରମ କରୁଣାର ସ‌େଙ୍କେତ ଭାବେ ଉଭା ହୋଇଛନ୍ତି। ମୁଁ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି। କେ. ସି. ବେଣୁଗୋପାଳ କହିଛନ୍ତି, ତାଙ୍କ ଜୀବନଯାତ୍ରା ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଅତି ଦୁଃସମୟରେ ଅସାଧାରଣ ସମନ୍ବୟ ରକ୍ଷା କରି ସେ କଂଗ୍ରେସକୁ ଚଳାଇଛନ୍ତି। ସେ ହେଉଛନ୍ତି ସମସ୍ତଙ୍କର ମଙ୍ଗଳ କରିଥିବା ଏବଂ ଦେଶର ଦ୍ରୁତ ଅଭିବୃଦ୍ଧି କରାଇଥିବା ‘ଉପା’ ସରକାର ବିନ୍ଧାଣୀ। ଶଶୀ ଥରୁର୍‌ କହିଛନ୍ତି, ତାଙ୍କର ସୁଖ-ସ୍ବାଚ୍ଛନ୍ଦ୍ୟ ଦୀର୍ଘତର ହେଉ ଏବଂ ସେ ଆମ ଦଳକୁ ଦିଗ୍‌ଦର୍ଶନ ଦେବା ସହିତ ଦେଶ ସେବା କରୁଥାଆନ୍ତୁ। ଏମ୍‌. କେ. ଷ୍ଟାଲିନ୍‌ କହିଛନ୍ତି, ‌ସ୍ବେଚ୍ଛାଚାରୀ ଶକ୍ତି କବଳରୁ ‘ଇ-ଣ୍ଡି-ଆ’କୁ ରକ୍ଷା କରିବା ଲାଗି ଆମର ମିଳିତ ପ୍ରଚେଷ୍ଟାକୁ ତାଙ୍କର ଗଭୀର ଦୂରଦୃଷ୍ଟି ଓ ସମୃଦ୍ଧ ଅନୁଭୂତି ଆଲୋକବର୍ତ୍ତିକା ହୋଇ ରହିଥାଉ।

Breaking News