ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ ଚାଲିଚି | ଏହି ସମୟରେ ଭୋଟର୍ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସେମାନେ ମତଦାନ ଅଧିକାର ସାବ୍ୟସ୍ତ କରିବା ସହିତ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ନୂଆ ରେକର୍ଡ ସୃଷ୍ଟି କରନ୍ତୁ। ‘ଏକ୍ସ’ ପୋଷ୍ଟ୍ରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ଆଜି ରାଜସ୍ଥାନ ବିଧାନସଭା ନିମନ୍ତେ ଭୋଟ୍ ଗ୍ରହଣ କରାଯାଉଛି। ମତଦାନ ଅଧିକାର ସାବ୍ୟସ୍ତ କରି ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ନୂଆ ରେକର୍ଡ ସୃଷ୍ଟି କରିବା ଲାଗି ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ଏହି ଅବସରରେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିବା ଯୁବ ବନ୍ଧୁମାନଙ୍କୁ ମୋର ଶୁଭେଚ୍ଛା। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ କହିଛନ୍ତି, ଜନସାଧାରଣଙ୍କୁ ମୋର ନିବେଦନ ଏହିକି ଯେ, ପୁଣି ଥରେ ଆମ ସରକାର କ୍ଷମତାସୀନ ହେଲେ ରାଜ୍ୟର ସ୍ବାର୍ଥ ନିମନ୍ତେ ଆମେ ଯେଉଁ ଜନକଲ୍ୟାଣ ଯୋଜନା ପ୍ରଚଳନ କରିଛୁ, ସେସବୁ ସୁଦୃଢ଼ ହେବ। ଯଦି ସେମାନେ (ବିଜେପି) କ୍ଷମତାକୁ ଆସେ ସେ ଯୋଜନା ସବୁ ବନ୍ଦ କରିଦିଆଯିବ। ଆମେ ସାମ୍ପ୍ରତିକ ଯୋଜନା ସବୁକୁ ସୁଦୃଢ଼ କରିବା ସହିତ ଦିଆଯାଇଥିବା ଗ୍ୟାରେଣ୍ଟିକୁ ରକ୍ଷା କରିବାକୁ ଚାହୁଁ। ୨୦୩୦ ପାଇଁ ଆମର ‘ଆଜେଣ୍ଡା’ ସୁସ୍ପଷ୍ଟ। ସୂଚନା ଅନୁସାରେ ଆଜି ସକାଳେ ଭୋଟ୍ ଦେଇ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ‘ବିଜେପି’ ସାଂସଦ ପି. ପି. ଚୌଧୁରୀ, ଦୀୟା କୁମାରୀ, କେନ୍ଦ୍ରମନ୍ତ୍ରୀ ତଥା ‘ବିଜେପି’ ନେତା ଅର୍ଜୁନରାମ ମେଘୱାଲ୍, ଗଜେନ୍ଦ୍ର ସିଂହ ଶେଖାୱତ୍, କଂଗ୍ରେସ ବିଧାୟକ ସଚିନ ପାଇଲଟ୍ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। ସକାଳ ୯ଟା ସୁଦ୍ଧା ୯.୭୭% ଭୋଟର୍ ଭୋଟ୍ ଦେଇଥିବା ସୂଚନା ମିଳିଛି |






More Stories
ଦିଲ୍ଲୀ ବୋମା ବିସ୍ଫୋରଣ: ରହିଛି ଓଡିଶା ଲିଙ୍କ୍!….
ଚୀନକୁ ଆମେରିକାର ଖୋଲା ଚେତାବନୀ…..
ସରକାରଙ୍କ ବଡ଼ ଘୋଷଣା:ତେଲ-ଗ୍ୟାସ ସପ୍ଲାଏରେ…..