ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେଉଛି ରଙ୍ଗର ପର୍ବ ହୋଲି | ଏହି ହୋଲି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହିନ୍ଦୀ ଭାଷାରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ହୋଲି ଉପଲକ୍ଷେ ଆପଣମାନଙ୍କୁ ଅନେକ ଶୁଭକାମନା। ଆନନ୍ଦ, ଉଦ୍ଦୀପନା, ହର୍ଷ ଓ ଉଲ୍ଲାସର ଏହି ଉତ୍ସବ ପ୍ରତ୍ୟେକଙ୍କ ଜୀବନରେ ନୂଆ ଉତ୍ସାହ ଓ ଶକ୍ତି ସଞ୍ଚାର କରୁ। ଉଲ୍ଲେଖଯୋଗ୍ୟ, ବ୍ୟାପକ କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସମେତ ଦେଶର କେତେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଲି ଅବସରରେ ଜନସମାଗମ ଉପରେ ନିଷେଧାଜ୍ଞା ଜାରି କରାଯାଇଛି । ବିଶେଷଜ୍ଞ ଏବଂ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନେ ସତର୍କ କରାଇ କହିଛନ୍ତି ଯେ, ଯଦି ଲୋକେ କୋଭିଡ୍-୧୯ ନିୟମ ଅନୁସରଣ ନ କରନ୍ତି, ‘ହୋଲି’ ଓ ‘ଶାବ୍-ଏ-ବରାତ୍’ ଭଳି ଉତ୍ସବାନୁଷ୍ଠାନ ‘ସୁପର୍ସ୍ପ୍ରେଡର୍’ ପାଲଟିଯିବ। ଗୁଜରାଟ ଏବଂ ଓଡ଼ିଶାରେ ହୋଲି ଅବସରରେ ସର୍ବସାଧାରଣ ସ୍ଥାନରେ ଜନସମାଗମ ଉପରେ ନିଷେଧାଦେଶ ଜାରି କରାଯାଇଥିଲେ ମଧ୍ୟ କଟକଣା ସହ ପ୍ରଥାମତେ ପାରମ୍ପରିକ ହୋଲି ପାଳନ କରିବାକୁ ଅନୁମତି ଦିଆଯାଇଛି।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..