Report Card Odisha

| Daily Odia News

ଆଇନରେ ପରିଣତ ହେଲା ଦେଲ୍ହୀ ବିଲ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିରୋଧ ସତ୍ତ୍ୱେ ଆଇନରେ ପରିଣତ ହୋଇଛି GNCTD ଆମେଣ୍ଡମେଣ୍ଟ୍ ବିଲ୍‌। ଏହି ବିଲ ହେବ ଦ୍ୱାରା ଫଳରେ ଦିଲ୍ଲୀ ଉପରାଜ୍ୟପାଳଙ୍କ କ୍ଷମତା ବଢିଛି । ଗଭର୍ଣ୍ଣମେଣ୍ଟ୍ ଅଫ୍ ନ୍ୟାଶନାଲ କ୍ୟାପିଟାଲ୍ ଟେରିଟୋରି ଅଫ୍ ଦିଲ୍ଲୀ ବା GNCTD ଆମେଣ୍ଡମେଣ୍ଟ୍ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋହର ପରେ ଆଇନରେ ପରିଣତ ହୋଇଛି ଏହି ସଂଶୋଧିତ ବିଲ୍। GNCTD ଆକ୍ଟ ଅନୁସାରେ, ଦିଲ୍ଲୀର ନିର୍ବାଚିତ ସରକାର ଏକଚାଟିଆ ଭାବେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିପାରିବେ ନାହିଁ । ଏହା ପୂର୍ବରୁ ଉପରାଜ୍ୟପାଳଙ୍କ ମତାମତ ନେବା ବାଧ୍ୟତାମୂଳକ । ବିଧାନସଭାରେ ପାରିତ କୌଣସି ବିଲ୍‌କୁ ଉପରାଜ୍ୟପାଳଙ୍କ ମଞ୍ଜୁରୀ ନେବାକୁ ପଡ଼ିବ। ଦିଲ୍ଲୀ ସହର ସହ ଜଡ଼ିତ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଉପରାଜ୍ୟପାଳଙ୍କ ମତାମତ ନେବାକୁ ପଡ଼ିବ। ଦିଲ୍ଲୀ ସରକାର ନିଜ ତରଫରୁ କୌଣସି ନିୟମ ପ୍ରସ୍ତୁତ କରିପାରିବେ ନାହିଁ । ଏହି ଆଇନ ଯୋଗୁଁ ଦିଲ୍ଲୀ ନିର୍ବାଚିତ ସରକାରଙ୍କ କ୍ଷମତା ସଂକୁଚିତ ହେଉଥିବାରୁ, ଲୋକସଭା ଓ ରାଜ୍ୟସଭାରେ ଏହା ପାରିତ ହେବା ବେଳେ ପ୍ରବଳ ହଟ୍ଟଗୋଳ କରିଥିଲେ ଆମ୍ ଆଦ୍‌ମୀ ପାର୍ଟି ଓ କଂଗ୍ରେସ ସମେତ ବହୁ ବିରୋଧୀ ଦଳ। ଏହି ବିଲ୍‌ ଆଇନରେ ପରିଣତ ହୋଇଥିଲେ ହେଁ ଏହାକୁ ଆପ୍‌ ସରକାର ବିରୋଧ କରିବେ ବୋଲି କହିଛନ୍ତି କେଜ୍‌ରିୱାଲ। ଚାଷୀମାନେ ଯେମିତି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି, ଠିକ୍‌ ସେହିପରି ଦିଲ୍ଲୀ ବିଲ୍‌କୁ ବିରୋଧ କରାଯିବ ବୋଲି ଆପ୍‌ ପକ୍ଷରୁ କୁହାଯାଇଛି।

Breaking News