Report Card Odisha

| Daily Odia News

ଏକ୍ସପ୍ରେସ ୱେ ମାଧ୍ୟମରେ ୟୁପିର ବିକାଶ ରାସ୍ତା ଖୋଲିବ:ପ୍ରଧାନମନ୍ତ୍ରୀ ମୋଦି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଶାହାଜାହଁପୁରଠାରେ ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଛନ୍ତି । ପାଖାପାଖି ୫୯୪ କିଲୋମିଟର ଲମ୍ବ ସହ ୬ ଥାକିଆ ରାସ୍ତା ପାଇଁ ୩୬ ହଜାର ୨୦୦ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଏକ୍ସପ୍ରେସ ୱେ ମାଧ୍ୟମରେ ୟୁପିର ବିକାଶ ରାସ୍ତା ଖୋଲିବ । ଏହାସହ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୟୁପିରେ ଏବେ ଯେଉଁ ଏକ୍ସପ୍ରେସ ୱେର ଜାଲ ବିଛାଯାଉଛି , ନୂଆ ବିମାନ ବନ୍ଦର ନିର୍ମାଣ କରାଯାଉଛି ଓ ରେଳ ଷ୍ଟେସନ ନିର୍ମାଣ କରାଯାଉଛି ତାହା ୟୁପିବାସୀଙ୍କ ଭବିଷ୍ୟତ ଉଜ୍ୱଳ କରିବ । ଏହି ରାଜମାର୍ଗ ନିର୍ମାଣ ହେଲେ ଲୋକଙ୍କର ଗମନାଗମନ ନେଇ ସମୟ ବଞ୍ଚିବ । ଅନ୍ୟପଟେ ୟୁପିକୁ ଚଳାଇବାକୁ ଯେଉଁ ଦୃଢ ଶାସନର ଆବଶ୍ୟକ ଥିଲା ତାହା ଏବେ ଡବଲ ଇଂଜିନ ସରକାର ଦ୍ୱାରା ସଫଳ ହେବାରେ ଲାଗିଛି । ଏହାସହ ୟୁପିର ପରିଚୟ ଆଗାମୀ ପିଢି ପାଇଁ ସବୁଠାରୁ ଆଧୁନିକ ରାଜ୍ୟ ଭାବେ ହେବାକୁ ଯାଉଛି । ପ୍ରଥମେ ଲୋକଙ୍କ ଆୟକର ଟଙ୍କା କେଉଁଠାରେ ଖର୍ଚ୍ଚ ହେଉଥିଲା ତାହା ଜାଣିବା ସମ୍ଭବ ହେଉ ନଥିବା ବେଳେ ଏବେ ଲୋକଙ୍କ ଆୟକର ଟଙ୍କା ଗୋଟି ଗୋଟି କରି ବିନିଯୋଗ ହେଉଛି ଓ ତାହାର ସୁଫଳ ଲୋକମାନେ ଅନୁଭବ କରୁଛନ୍ତି । ଉଲ୍ଲେଖଯୋଗ୍ୟ, ଗଙ୍ଗା ଏକ୍ସପ୍ରେସ ୱେ ମେରଠର ବିଜୈଲୀ ଗ୍ରାମଠାରୁ ଆରମ୍ଭ ହୋଇ ପ୍ରୟାଗରାଜର ଜୁଦାପୁର ଦାଣ୍ଡୁ ଗାଁ ପର୍ଯ୍ୟନ୍ତ ନିର୍ମାଣ କରାଯିବ । ଏହି ରାଜମାର୍ଗ ମେରଠ, ହାପୁଡ, ବୁଲନ୍ଦସହର ବ୍ୟତୀତ ଓମରୋହା ଦେଇ ଯିବ । ଏହି ରାସ୍ତା ସମ୍ପୂର୍ଣ୍ଣ ହୋଇଗଲେ ୟୁପିର ପଶ୍ଚିମ ଓ ପୂର୍ବାଞ୍ଚଳ କ୍ଷେତ୍ରକୁ ଯୋଡିବ ।

Breaking News